ଗୁରୁଡିଝାଟିଆ: ନିଶା ପ୍ରଗତିର ବାଧକ। ସାମାଜିକ ବିଶୃଙ୍ଖଳା, ମାନବିକ ମୂଲ୍ୟବୋଧ, ପରିବାରକୁ ବିପର୍ଯ୍ୟସ୍ତ ଆଡ଼କୁ ଅଗ୍ରସର କରି ମଣିଷ ସମାଜକୁ ମୃତ୍ୟୁର ରାସ୍ତା ଦେଖାଇ ଥାଏ ବୋଲି କଖଡୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅନୁଷ୍ଠିତ ନିଶା ମୁକ୍ତ ସଚେତନତା କାର୍ଯ୍ୟକ୍ରମରେ କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ରଶ୍ମି ରଂଜନ ଧଳ ମତ ପ୍ରକାଶ କରିଥିଲେ। ବିଦ୍ୟାଳୟ ଅଧ୍ୟକ୍ଷ ରଞ୍ଜିତ କୁମାର ସ୍ବାଇଁ ସଚେତନତା କାର୍ଯ୍ୟକ୍ରମରେ ପୌରହିତ୍ୟ କରି କହିଥିଲେ, ଯୁବ ସମାଜ ଦେଶ ବିକାଶର ମେରୁଦଣ୍ଡ। ଯୁବ ସମାଜ ବିଷେଶତଃ ଛାତ୍ର ମାନେ ନିଶାମୁକ୍ତ ହୋଇ ଶିକ୍ଷାନୁଷ୍ଠାନ ଓ ସମାଜରେ ଏହାର ବାର୍ତ୍ତା ପ୍ରଚାର କରିବା ଦିଗରେ ନିଜକୁ ଜଡ଼ିତ କରିବାକୁ କହିଥିଲେ। ଅଧ୍ୟାପକ ତାରାପ୍ରସାଦ ପରମାଗୁରୁ, ଅଧ୍ୟାପକ ନଳିନୀ ବାରିକ, ତୃପ୍ତି ପଲ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।
Popular Categories



