www.samajalive.in
Friday, December 12, 2025
16.1 C
Bhubaneswar

ମାଓବାଦୀ-ସୁରକ୍ଷାବାହିନୀ ଖଣ୍ଡଯୁଦ୍ଧ, କୋବ୍ରା ଯବାନ ଆହତ

ରାଉରକେଲା(କାର୍ଯ୍ୟାଳୟ): ସୁନ୍ଦରଗଡ଼-ଝାଡ଼ଖଣ୍ଡ ସୀମାନ୍ତ ବାଙ୍କୋରୁ ଲୁଟ୍‌ ହୋଇଥିବା ବିସ୍ଫୋରକ ସାମଗ୍ରୀ ଉଦ୍ଧାର ପାଇଁ ତିନି ରାଜ୍ୟର ପୁଲିସ ଦିନରାତି ଏକ କରି ଦେଇଥିବାବେଳେ ଶୁକ୍ରବାର ସୀମାନ୍ତରେ ମାଓବାଦୀଙ୍କ ସହ ଖଣ୍ଡ ଯୁଦ୍ଧ ବେଳେ ଜବତ ବିପୁଳ ବିସ୍ଫୋରକକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଉଦ୍ଧାର ବିସ୍ଫୋରକ କେ.ବଲାଙ୍ଗ ଅଞ୍ଚଳରୁ ଲୁଟ୍‌ ହୋଇଥିବା ବିସ୍ଫୋରକ କି ନୁହେଁ ତାହା ଓଡ଼ିଶା ପୁଲିସ ସ୍ପଷ୍ଟ କରି ନ ଥିବାରୁ ଏହାକୁ ନେଇ ଚର୍ଚ୍ଚା ଜାରି ରହିଛି।

ଝାଡ଼ଖଣ୍ଡ ରାଜ୍ୟ ଝରିଆକେଲା ଥାନା ଅନ୍ତର୍ଗତ ଭାଙ୍ଗରାମ ତିରିଲିପୋଷି ନିକଟ ଜଙ୍ଗଲରେ ପୁଲିସର ସର୍ଚ୍ଚ ଅପରେସନ ବେଳେ ଯବାନ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ଉଭୟ ପକ୍ଷ ମଧ୍ୟରେ ପ୍ରାୟ ୧୦୦ରୁ ଊର୍ଦ୍ଧ୍ବ ରାଉଣ୍ଡ ଗୁଳି ବିନିମୟ ହୋଇଥିଲା। ଯବାନଙ୍କ ପକ୍ଷରୁ ଘନଘନ ଗୁଳିବର୍ଷଣ ପରେ ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ। ତେବେ ଯିବା ପୂର୍ବରୁ ମାଓବାଦୀଙ୍କ ଆଇଇଡି ବିସ୍ଫୋରଣରେ ଜଣେ କୋବ୍ରା ଯବାନ ସୁନୀଲ କୁମାର ଟିଏସ ଆହତ ହୋଇଥିବା ଜଣାଯାଇଛି। ତାଙ୍କୁ ତୁରନ୍ତ ଏୟାରଲିଫ୍‌ଟ କରାଯାଇ ରାଞ୍ଚି ହାସପାତାଳରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ଗୁରୁତ୍ବପୂର୍ଣ୍ଣ କଥା ଏହି ଘଟଣାରେ ଯବାନମାନେ ବହୁ ବିସ୍ଫୋରକ ଓ ବିଭିନ୍ନ ସାମଗ୍ରୀ, ମାଓବାଦୀ ପୋଷାକ ଜବତ କରିଛନ୍ତି। ଜବତ ବିସ୍ଫୋରକ କେ.ବଲାଙ୍ଗ ଥାନା ଅଞ୍ଚଳରୁ ଲୁଟ୍‌ ହୋଇଥିବା ବିସ୍ଫୋରକ ବୋଲି ଯବାନମାନେ ଅନୁମାନ କରୁଛନ୍ତି। ତେବେ ଏ ସମ୍ପର୍କରେ ​କେହି ସ୍ପଷ୍ଟ କରିନାହାନ୍ତି।

- Advertisement -

ସୂଚନାଯୋଗ୍ୟ, ସୁନ୍ଦରଗଡ଼ ଜିଲା କେ.ବଲାଙ୍ଗ ଥାନା ଅଞ୍ଚଳରୁ ଝାଡ଼ଖଣ୍ଡ ସୀମାନ୍ତରେ ମାଓବାଦୀ ପ୍ରାୟ ୪ଟନରୁ ଊର୍ଦ୍ଧ୍ବ ବିସ୍ଫୋରକ ଭର୍ତ୍ତି ଏକ ଭ୍ୟାନ ଲୁଟି ନେଇଥିଲେ। ସରଣ୍ଡା ଜଙ୍ଗଲରେ ସେମାନେ ଗାଡ଼ିର ଡ୍ରାଇଭର ଓ ଗାଡ଼ିକୁ ସୁରକ୍ଷିତ ଛାଡ଼ି ଦେଇଥିଲେ ହେଁ ସମସ୍ତ ବିସ୍ଫୋରକ ଲୁଟି ନେଇଥିଲେ। ଏହି ଘଟଣା ପରେ ରାଜ୍ୟ ପୁଲିସ ମହାନିର୍ଦେଶକଙ୍କ ସମେତ ବହୁ ଉଚ୍ଚପଦସ୍ଥ ଅଧିକାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଥିଲେ। ଏପରିକି ଏନଆଇଏ ଟିମ୍‌ ଗତକାଲି ରାଉରକେଲାରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ସରଣ୍ଡା ଜଙ୍ଗଲରେ ଡ୍ରୋନ ସର୍ଭେ କରାଯିବା ସହ ଓଡ଼ିଶା, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ପୁଲିସ ପକ୍ଷରୁ ତଲାସି ଅଭିଯାନକୁ ଜୋରଦାର କରାଯାଇଥିଲା।

ଗୁଳି ବିନିମୟ ପରେ କରାଯାଇଥିବା ତଲାସି ସମୟରେ ସୁରକ୍ଷା ବାହିନୀ ବିପୁଳ ପରିମାଣରେ ବିସ୍ଫୋରକ ଏବଂ ମାଓ ବ୍ୟବହୃତ ସାମଗ୍ରୀ ଜବତ କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories