କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ଅବକାରୀ ବିଭାଗ ବିଶ୍ଵସ୍ଥ ସୂତ୍ରରୁ ଖବର ପାଇ ରେଳବାଇ ଷ୍ଟେସନ ଅଞ୍ଚଳରେ ଆରପିଏଫ ସହାୟତାରେ ମଧ୍ୟପ୍ରଦେଶ ରାଜ୍ୟର ବଚନ ଲାଲ (୪୫) ନାମକ ଜଣେ ବ୍ୟକ୍ତି ଟ୍ରେନକୁ ଅପେକ୍ଷା କରିଥିବା ସମୟରେ, ପାଖରେ ରଖିଥିବା ବ୍ୟାଗକୁ ଯାଞ୍ଚ ପରେ ୪ କେଜି ୭୫୦ ଗ୍ରାମ ଗଂଜେଇ ଜବତ କରାଯାଇଛି। ଅଭିଯୁକ୍ତଙ୍କୁ ପୁଲିସ ଅଟକ ରଖି ଅଧିକ ତଦନ୍ତ କରୁଛି। ବଚନ ଲାଲ ଏହି ଗଂଜେଇ ନେଇ ମଧ୍ୟପ୍ରଦେଶର ରାଇସେନ ଜିଲ୍ଲା ଓବାଦୁଲ୍ଲାଗଞ୍ଜକୁ ନେଉଥିବା ଅବକାରୀ ବିଭାଗ ତଦନ୍ତରୁ ଜାଣିପାରିଥିବା ଅବକାରୀ ନିରୀକ୍ଷକ ସଚିନ ବେହେରା କହିଛନ୍ତି।
Popular Categories



