www.samajalive.in
Friday, December 5, 2025
17.1 C
Bhubaneswar

ଆଖଣ୍ଡଳମଣିଙ୍କ ବିବାହ ପାଇଁ ଚଳଚଞ୍ଚଳ ପୀଠ

ଆରଡି: ଜ୍ୟେଷ୍ଠମାସ ଶୁକ୍ଳପକ୍ଷ ପଞ୍ଚମୀ ତଥି ଅର୍ଥାତ ଆସନ୍ତା ଶନିବାର ଦିନ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଅନୁଷ୍ଠିତ ହେବ ଶିବବିବାହ ଉତ୍ସବ। ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ସମଗ୍ର ପୀଠ। ବରପିତା ଓ କନ୍ୟାପିତାଙ୍କ ସହ ସମସ୍ତଙ୍କ ଘରେ ବନ୍ଧୁପରିଜନଙ୍କ ଭିଡ ଜମିଲାଣି। ଦେବଦମ୍ପତିଙ୍କ ବିବାହ ବୈଦିକ ରୀତିନୀତି ଓ ଲୋକାଚାରରେ ହେଉଥିବାରୁ ଶୁକ୍ରବାର ମଙ୍ଗଳକୃତ୍ୟ ଓ ହଳଦୀ ସ୍ନାନ ନୀତି ସମ୍ପନ୍ନ ହେବା ସହ ଶନିବାର ବିବାହ ବନ୍ଧନରେ ବାନ୍ଧି ହେବେ ଦେବଦମ୍ପତି। ମାନବିୟ ଭାବେ ବାବାମଣିଙ୍କ ଚଳନ୍ତିପ୍ରତିମା ହର , ମାତା ପାର୍ବତୀଙ୍କ ଚଳନ୍ତିପ୍ରତିମା ଗୌରୀଙ୍କୁ ବରପିତା ଓ କନ୍ୟାପିତା ନିଜ ଘରକୁ ନେବେ।

ବିବାହ ନିମନ୍ତେ ମନ୍ଦିର ସମ୍ମୁଖରେ କାରିଗରୀଙ୍କ ପକ୍ଷରୁ ବେଦୀ ନିର୍ମାଣ ଚାଲିଥିବା ବେଳେ ତୋରଣ ଓ ଆଲୋକ ସଜା କାର‌୍ୟ୍ୟ ଶେଷ ପ୍ରଯ୍ୟାୟରେ ପହଁଚିଛି। ସେହିପରି ପିରାହାଟ ସ୍ଥିତ ପ୍ରଦେଶ ସେବା ସଂଘଠନ ପକ୍ଷରୁ ମାଙ୍ଗଳିକ ଚିତ୍ର କରାଯାଇଛି। ବିବାହ ଉତ୍ସବରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ଆଶଙ୍କା ଥିବାରୁ ଜିଲା ଓ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ସେହିପରି ଜଳପଥ ଓ ସ୍ଥଳପଥରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯିବ ବୋଲି ଧାମନଗର ଏସଡିପିଓ କହିଛନ୍ତି।

- Advertisement -

 

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories