www.samajalive.in
Friday, December 12, 2025
16.1 C
Bhubaneswar

ରଜ ଉପଲକ୍ଷେ ମୁକ୍ତିଲାଭ କରିବ ‘ଫାଷ୍ଟ ଲଭ୍’

ଭୁବନେଶ୍ବର : ଏକ ରୋମାଣ୍ଟିକ ଲଭ୍ ଷ୍ଟୋରିକୁ ଆଧାର କରି ଜ଼ୀ ସାର୍ଥକ ବ୍ୟାନରରେ ନିର୍ମିତ ହୋଇଛି ନୂଆ ଓଡ଼ିଆ ସିନେମା ‘ଫାଷ୍ଟ ଲଭ୍’। ରେଞ୍ଜ ରୟାଲ ସିନେ ଲାବ୍‌ ବ୍ୟାନରରେ ଏବଂ ଜୀ ସାର୍ଥକ ସହଯୋଗିତାରେ ଏହାକୁ ପ୍ରସ୍ତୁତ କରାଯାଇଛି। ଫିଲ୍ମଟିର ପ୍ରଯୋଜନା କରିଛନ୍ତି ଶ୍ରୀଧର ମାର୍ଥା ଏବଂ କିଶୋର ନାୟକ । ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଅଭିଷେକ ମିତ୍ର। ସଂଳାପ ରଚନା କରିଛନ୍ତି ଡଃ ନିର୍ମଳ ନାୟକ। ଏହି ଚଳଚିତ୍ର ବିଷୟରେ ଓଲିଉଡ୍‌ର ଅନ୍ୟତମ ଆଗଧାଡିର ପ୍ରଯୋଜକ ଶ୍ରୀଧର ମାର୍ଥା କହନ୍ତି, ‘‘ମୁଁ ଯେ କୌଣସି ସିନେମା ନିର୍ମାଣ କରିବା ପୂର୍ବରୁ କାହାଣୀକୁ ଭଲ ଭାବରେ ତର୍ଜମା କରିଥାଏ। ‘ଫାଷ୍ଟ ଲଭ୍’ର କାହାଣୀରେ ଦର୍ଶକ ନିଶ୍ଚିନ୍ତ ଡିଫରେଣ୍ଟ ଚାର୍ମ ପାଇବେ।

- Advertisement -

ଆସନ୍ତା ମାସ ୬ ତାରିଖରେ ଫିଲ୍ମଟି ରିଲିଜ ହେବ।’” ଏହାର ଗୀତଗୁଡିକୁ ସ୍ବର ଦେଇଛନ୍ତି ସୋମେଶ ଶତପଥି, ସାନ୍ତୋଜିତ ଚାଟାର୍ଜୀ, ନବ୍‌ସ ଏବଂ ସରୋଜ।  ଗୀତଗୁଡିକରେ ସ୍ୱର ଦେଇଛନ୍ତି ବଲିଉଡ ଓ ଓଲିଉଡ଼ର ସୁନାମଧନ୍ୟ ସିଙ୍ଗର ଜାଭେଦ ଅଲି, ହ୍ୟୁମାନ ସାଗର, ଅସୀମ ପଣ୍ଡା, ଅନ୍ତରା ଚକ୍ରବର୍ତୀ, ଗୌରବ ଆନନ୍ଦ ଓ କୁଲଦୀପ ପଟ୍ଟନାୟକ । କୋରିଓଗ୍ରାଫି ଦାୟିତ୍ଵ ତୁଲାଇଛନ୍ତି ଅମିତ ନାୟକ, ଗିରିଶ ମହାନ୍ତି ଓ ଦିବ୍ୟ । ଚିତ୍ରଟିର ମୁଖ୍ୟ ଭୂମିକାରେ ଶୈଳେନ୍ଦ୍ର ଏବଂ ଦିବ୍ୟା ବ୍ୟତୀତ ଏହାର କାଷ୍ଟିଙ୍ଗରେ ଚୌଧୁରୀ ଜୟ ପ୍ରକାଶ ଦାସ, ଉଷସୀ ମିଶ୍ର, ଶୁଭ୍ରାଂଶୁ ନାୟକ, ମିଲି ମହାନ୍ତି, ବୁଲୁ ପଣ୍ଡା ପ୍ରମୁଖ ଅଛନ୍ତି। ଓଡ଼ିଆ ଯୁବଦର୍ଶକଙ୍କ ପସନ୍ଦକୁ ଧ୍ୟାନ ରଖାଯାଇ ଓଡିଶାର ଏକ ଅନନ୍ୟ ପର୍ବ ରଜ ଉପଲକ୍ଷେ ଏକ ନୂଆ ସ୍ୱାଦର ନିଆରା ପ୍ରେମ କାହାଣୀକୁ ନେଇ ‘ଫାଷ୍ଟ ଲଭ୍’ ଚଳଚିତ୍ର ନିର୍ମାଣ କରାଯାଇଛି ବୋଲି ଜୀ ସାର୍ଥକର ଚିଫ ଚ୍ୟାନେଲ ଅଫିସର ଶ୍ରୀ ପ୍ରତୀକ ସିଲ କହିଛନ୍ତି ଯାହା ଦର୍ଶକଙ୍କ ମନକୁ ଛୁଇଁବା ସହ ଭରପୁର ମନୋରଞ୍ଜନ ଯୋଗାଇବ ।

କନ୍ନଡ଼ ଭାଷାକୁ ସମାଲୋଚନା; ଅଡୁଆରେ କମଲ ହାସନ

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories