www.samajalive.in
Wednesday, December 10, 2025
26.1 C
Bhubaneswar

ହୋମଗାର୍ଡ ଚାକିରି ପାଇଁ ଆସି ଜୀବନ ହାରିଲେ ଦୁଇ ଯୁବକ

ପାରଳାଖେମୁଣ୍ଡି : ଇଣ୍ଟରଭ୍ୟୁ ମଧ୍ୟରେ ଦୁଇ ପ୍ରାର୍ଥୀଙ୍କ ଜୀବନ ଚାଲିଗଲା । ଯାହାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଏପରି ଏକ ଦୁର୍ଭାଗ୍ୟଜନକ ଘଟଣା ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଠାରେ ଘଟିଛି । ମୃତ ଦ୍ବୟ ଯୁବକ ହେଲେ ସୁଲନ୍ତ ମିଶାଲ ଓ ଦୀପକ ପାଡାଲା । ଜିଲ୍ଲାରେ ୧୪୪ଟି  ହୋମଗାର୍ଡ ପଦବୀ ପାଇଁ  ମନୋନୟନ ପ୍ରକ୍ରିୟା ଜାରି ରହିଛି । ପର୍ଯ୍ୟାୟ କ୍ରମେ ଯୋଗ୍ୟ ପ୍ରାର୍ଥୀ ଚୟନ ପାଇଁ ଆଜି ଦୁଇ କିଲୋମିଟର ଦୈାଡ ପରୀକ୍ଷା ରହିଥିଲା । ସକାଳ ପ୍ରାୟ ୬ ଘଣ୍ଟା ସମୟରେ ଜିଲ୍ଲା ପୋଲିସ୍ କାର୍ଯ୍ୟାଳୟ ସମ୍ମୁଖରୁ ଗୁମ୍ମା ରାସ୍ତାର ପଦ୍ମପୁର ଅଭିମୂଖେ ଦୁଇ କିଲୋମିଟର ଦୈାଡ ପାଇଁ ଆରମ୍ଭ ହୋଇଥଲା ପରୀକ୍ଷା । ଏଥିରେ ୧୨୦୦ ରୁ ଉର୍ଦ୍ଧ୍ବ ଉଭୟ ପୁରୁଷ ଓ ମହିଳା ହୋମଗାର୍ଡ ପ୍ରାର୍ଥୀ ଶାରୀରିକ ପରିକ୍ଷଣ ସହ ଦୈାଡ ପରୀକ୍ଷା ଆରମ୍ଭ ହୋଇଥଲା । ଏହି ସମୟରେ ଶାରୀରିକ ପରୀକ୍ଷା ହୋଇଥିଲା । ଏହି ସମୟରେ ଘଟିଥିଲା ଅଘଟଣ, ହୃଦସ୍ପନ୍ଦନ ବଢ଼ିବା କାରଣରୁ ହଠାତ୍ ଅସୁସ୍ଥ ହୋଇ ପଡିଥିଲେ ୬ ଜଣ ପ୍ରାର୍ଥୀ । ସେଥି ମଧ୍ୟରେ ରାମଗିରି ଥାନା ଅନ୍ତର୍ଗତ ପରିସଲ ଗ୍ରାମର  ଘଟଣାସ୍ଥଳରେ ଉପସ୍ଥିତ ଥିବା ଡାକ୍ତର ଯୁବକଙ୍କ ଅବସ୍ଥା ଦେଖି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ, ସେଠାରେ ଯୁବକଙ୍କ ମୃତ୍ୟୁ ହୋଇଥିଲା। ମୃତକ ହେଉଛନ୍ତି ରାମଗିରି ଥାନା ଅନ୍ତର୍ଗତ ପରିସଲ ଗ୍ରାମର ସୁଲନ୍ତ ମିଶାଲ । ଏଥିସହ ଅନ୍ୟ ୬ ଜଣ ପ୍ରାର୍ଥୀ ମଧ୍ୟ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ । ତେବେ ରାୟଗଡ ବ୍ଲକ ନାରାୟଣପୁର ଗ୍ରାମର ଦୀପକ ପାଡାଲଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ସ୍ଥିତ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟକୁ ପଠାଯାଇଥିଲା ।

ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଦୀପକଙ୍କ ମୃତ୍ୟୁ ଘଟିଥିବାର ଜଣାପଡିଛି । ଏନେଇ ଗଜପତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା କହିଛନ୍ତି ଯେ ଆଜି ଚୟନ ପ୍ରକ୍ରୀୟାରେ ଆବେଦନକାରୀଙ୍କ ଶାରିରୀକ ପରୀକ୍ଷା ପର୍ଯ୍ୟାୟକ୍ରମେ ଅନୁଷ୍ଠିତ ହେଉଥିଲା । ଆଜି ପ୍ରାୟ ୧୨୦୦ ରୁ ଉର୍ଦ୍ଧ ଆବେଦନକାରୀ ଉପସ୍ଥିତଥିଲେ । ଏଥିରେ ଆବେଦନକାରୀ ମାନଙ୍କୁ ଦୁଇ କିମି ଦୌଡିବାର ଥିଲା । ଯିବା ଆଉ ଆସିବା ଦୁଇ କିମି ରାସ୍ତାରେ ସମସ୍ତ ବନ୍ଦୋବସ୍ତ କରାଯାଇଥିଲା । ଏଥି ପାଇଁ ୬ ଗୋଟି ଟିମ୍ ନିୟୋଜିତ ହୋଇ ସ୍ଥାନେ ସ୍ଥାନେ ପାଣି, ଗ୍ଲୁକୋଜ୍ ଆଦିର ବ୍ୟବସ୍ଥା କରାଯାଇଥିଲା । ଏହି ପରୀକ୍ଷା ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରୁ ଆରମ୍ଭ ହୋଇ ଗୁମ୍ମା ରାସ୍ତାର ପଦ୍ମପୁର ପର୍ଯ୍ୟନ୍ତ ଏକ କିଲୋମିଟର ଗଲାପରେ ସେଠାରୁ ପୁଣି ପ୍ରାରମ୍ଭ ସ୍ଥାନକୁ ଫେରିବାର ଥିଲା । ସକାଳୁ ସକାଳୁ ପାଗ ମଧ୍ୟ ଦୌଡକୁଦ ପାଇଁ ଅନୁକୂଳଥିଲା । ଏଥିରେ ପ୍ରଥମ ପର୍ଯ୍ୟାୟରେ ମହିଳାମାନଙ୍କ ଦୌଡ ପ୍ରକ୍ରିୟା ରହିଥିଲା । ଯାହାକି ସୁରୁଖୁରୁରେ ସମାପନ ହୋଇଥିଲା ।  ଏହାପରେ ପୁରୁଷ ପ୍ରାର୍ଥୀମାନଙ୍କ ପର୍ଯ୍ୟାୟ କ୍ରମେ ପ୍ରଥମ ବ୍ୟାଚ୍ ର  ଦୌଡ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହାପରେ ଦ୍ବିତୀୟ ପର୍ଯ୍ୟାୟରେ ପ୍ରାର୍ଥୀମାନେ ଦୌଡି ନିର୍ଦ୍ଧାରିତ ସ୍ଥାନକୁ ଫେରିଆସିଥିଲେ ମଧ୍ୟ ।  ଦୌଡ ସମାପନ କରି ଆସିବା ପରେ  ଏପରି ପରିସ୍ଥିତି ଦେଖାଦେଇଥିଲା ।  ଚୟନସ୍ଥଳରେ ଉପସ୍ଥିତଥିବା ଡାକ୍ତରମାନେ ପ୍ରାଥମିକ ଚିକିତ୍ସା କରିଥିଲେ ।

ମହିଳା ସଶକ୍ତିକରଣ କେବଳ ସ୍ଲୋଗାନ ନୁହେଁ, ଆମର ପ୍ରତିବଦ୍ଧତା – ମୁଖ୍ୟମନ୍ତ୍ରୀ

- Advertisement -

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories