ଭଦ୍ରକ : ଭୁଲ୍ ଅଲଟ୍ରାସାଉଣ୍ଡ ରିପୋର୍ଟରୁ ଶିଶୁର ମୃତ୍ୟୁ ଓ ମାଆ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା ଭଦ୍ରକରେ ଘଟିଛି। ଘଟଣାକୁ ନେଇ କାର୍ଯ୍ୟାନୁଷ୍ଠାନ ଓ କ୍ଷତିପୂରଣ ଦାବିରେ ପରିବାର ଲୋକେ ଭଦ୍ରକ- ଚାନ୍ଦବାଲି ବାଇପାସ୍ ଛକରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି। ରାସ୍ତାରେ ଶିଶୁର ମୃତଦେହ ରଖି ଲୋକେ ପ୍ରତିବାଦ କରିଛନ୍ତି। ଶିଶୁର ମୃତ୍ୟୁ ସହ ମହିଳା ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଖବର ପାଇ ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା।
ସୂଚନାଯୋଗ୍ୟ, ଭଦ୍ରକର ତିହିଡି ବ୍ଲକର ଦୋଳ ସାହି ରାଢଙ୍ଗ ଅଞ୍ଚଳର ପ୍ରଫୁଲ୍ଲ ଗିରିଙ୍କ ସ୍ତ୍ରୀ ବାଇପାସ୍ ସ୍ଥିତ ଏକ ଅଲଟ୍ରାସାଉଣ୍ଡ କେନ୍ଦ୍ରକୁ ଆସି ଅଲଟ୍ରାସାଉଣ୍ଡ କରିଥିଲେ। ରିପୋର୍ଟ ଠିକ୍ ଥିବା ଦର୍ଶାଯାଇଥିଲା। ମାତ୍ର ପରେ ମୃତ ପିଲା ଜନ୍ମ ହୋଇଥିଲା। ଏହାପରେ ପରିବାର ପକ୍ଷରୁ ଅଭିଯୋଗ ପରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା।
ଦେଖନ୍ତୁ ଭିଡିଓ ; ଚଳନ୍ତା ବାଇକ୍ରେ ସ୍ୱାମୀଙ୍କୁ ଚପଲରେ ପିଟିଲେ ସ୍ତ୍ରୀ..



