www.samajalive.in
Saturday, December 6, 2025
23.1 C
Bhubaneswar

ଦ୍ରୁତଗତିରେ ଆସି ଭିଡ଼ ଭିତରେ ଚଢ଼ାଇଲେ କାର, ୪୭ ଆହତ

ସମାଜ ଡିଜିଟାଲ ଡେସ୍କ: ବ୍ରିଟେନରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଲିଭରପୁଲ ସହରରେ ଫୁଟବଲ ବିଜୟ ଉତ୍ସବ ପାଳନ ସମୟରେ ଏକାଠି ହୋଇଥିବା ଭିଡ଼ ଭିତରେ କାର ଚଢ଼ାଇ ଲୋକଙ୍କୁ ହତ୍ୟା ଉଦ୍ୟମ କରାଯାଇଛି। ଏହି ଘଟଣାରେ ପ୍ରାୟ ୪୭ ଜଣ ଆହତ ହୋଇଛନ୍ତି। ପୁଲିସ ଅଭିଯୁକ୍ତ ଜଣେ ୫୩ ବର୍ଷୀୟ ଡ୍ରାଇଭରକୁ ଗିରଫ କରିଛି।

ଲିଭରପୁଲ ପ୍ରିମିୟର ଲିଗ୍‌ ବିଜୟ ଉତ୍ସବ ଲାଗି ସୋମବାର ବହୁ ସଂଖ୍ୟକ ଜନସାଧାରଣ ଏବଂ ଫୁଟବଲପ୍ରେମୀ ଏକାଠି ହୋଇଥିଲେ।  ହଜାର ହଜାର ଲୋକ ଉତ୍ସବ ପାଳନ କରୁଥିବା ସମୟରେ ଏକ କାର ଦ୍ରୁତଗତିରେ ଆସି ଭିଡ଼ ଭିତରେ ମାଡ଼ି ଯାଇଥିଲା। ସେଠାରେ ଉପସ୍ଥିତ ପୁଲିସ ତୁରନ୍ତ କାର ଚାଳକକୁ ଗିରଫ କରିଥିଲେ। ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories