www.samajalive.in
Monday, December 15, 2025
27.1 C
Bhubaneswar

ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟର ସ୍ନାତକ ପରୀକ୍ଷା ଫଳ ପ୍ରକାଶ, ଅମନ ଶ୍ରେଷ୍ଠ

ଭବାନୀପାଟଣା:  ଆଜି ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟର ସ୍ନାତକ ଶେଷ ବର୍ଷ ପରୀକ୍ଷା ଫଳ ପ୍ରକାଶ ପାଇଛି। ସ୍ନାତକ ପରୀକ୍ଷାଫଳ ଅନୁଯାୟୀ କଳାରେ ୬୦.୯୩, ବିଜ୍ଞାନରେ ୫୫.୮୫ ଏବଂ ବାଣିଜ୍ୟରେ ୪୦.୯୮ ପ୍ରତିଶତ ପରୀକ୍ଷାର୍ଥୀ ପାସ କରିଥିବା ପରୀକ୍ଷା ନିୟନ୍ତ୍ରଣ ସୂଚନା ଦେଇଛନ୍ତି।

ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟର ସ୍ନାତକ ଶେଷ ବର୍ଷ ପରୀକ୍ଷାର  ସିଜିପିଏ ୯.୭୪ ନମ୍ବର ରଖି ପଦାର୍ଥ ବିଜ୍ଞାନ ଛାତ୍ର ଅମନ୍ କୁମାର ନାଏକ ବିଶ୍ଵବିଦ୍ୟାଳୟରେ ଶ୍ରେଷ୍ଠ ସ୍ଥାନ ଅଧିକାର କରି ଟପ୍ପର ହୋଇଛନ୍ତି। ବାଣିଜ୍ୟରେ ସିଜିପିଏ ୮.୮୬  ନମ୍ବର ରଖି ସ୍ନେହା ଶର୍ମା ଏବଂ କଳାରେ ସିଜିପିଏ ୮.୬୯ ନମ୍ବର ରଖି ଛଲେନ୍ଦ୍ରି ସାହୁ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି।

- Advertisement -

ଅମନ ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ସଂଯୁକ୍ତ ଯୁକ୍ତ ତିନି କଲେଜ୍ ଛାତ୍ର ହେଇଥିବା ବେଳେ ସ୍ନେହା କେସିଙ୍ଗା ମହାବିଦ୍ୟାଳୟ ଏବଂ  ଛଲେନ୍ଦ୍ରି ନୂଆପଡ଼ା ନ୍ୟାସନାଲ ଡିଗ୍ରୀ କଲେଜ ଛାତ୍ରୀ ବୋଲି ଜଣାପଡିଛି। ଏଥିସହିତ ବିଶ୍ୱବିଦ୍ୟାଳୟର ବିବିଏ ଏବଂ ବିସିଏ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇଛି।

ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟର ସ୍ନାତକ ପରୀକ୍ଷାଫଳ ଏହି ଲିଙ୍କ https://drive.google.com/file/d/1NBzMz5AY-RDru9GcgK7k_JWcswFcNqxK/view ରେ ଉପଲବ୍ଧ ହେଉଛି।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories