www.samajalive.in
Friday, December 5, 2025
20.1 C
Bhubaneswar

ଜମ୍ମୁ-କଶ୍ମୀର: ଆଇଇଡି ବିସ୍ଫୋରଣରେ ମେଜର ସହିଦ, ଦୁଇ ଯବାନ ଆହତ

କାଶ୍ମୀର :  ଜମ୍ମୁ-କଶ୍ମୀରର ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣର ଦୁଇ ଦିନ ମଧ୍ୟରେ ରାଜୌରୀର ନୌସେରା ସେକ୍ଟରେ ଆଉ ଏକ ଆତଙ୍କବାଦୀ ଆକ୍ରମଣ ହୋଇଛି । ରାଜୌରୀର  ନିୟନ୍ତ୍ରଣ ରେଖା ନିକଟରେ ଆଇଇଡି ବିସ୍ଫୋରଣରେ ସେନାର ଜଣେ ଅଫିସର ସହିଦ ହୋଇଛନ୍ତି । ଅଫିସର ଜଣଙ୍କ ବୋମାକୁ ନିଷ୍କ୍ରିୟ କରିବାକୁ ପ୍ରୟାସ କରୁଥିବା ବେଳେ ଏଲଓସି ପାଖରେ ଏହି ବିସ୍ଫୋରଣ ଘଟିଛି।

ରାଜୌରୀ ଜିଲ୍ଲାର ନୌସେରା ସେକ୍ଟରରେ ନିୟନ୍ତ୍ରଣ ରେଖାଠାରୁ ପ୍ରାୟ ୧.୫ କିଲୋମିଟର ଲାମରେ ଏହି ବିସ୍ଫୋରଣ ହୋଇଛି । ଏଥିରେ ଜଣେ ମେଜର ସହିଦ ହେବା ସହିତ ଦୁଇ ଜଣ ଯବାନ ଆହତ ହୋଇଛନ୍ତି।

- Advertisement -

ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣର ସହିଦଙ୍କୁ ସାରା ଦେଶ ଶେଷ ସମ୍ମାନ ଜଣାଉଥିବା ବେଳେ ଏଭଳି ଦୁଃଖଦ ଖବର ସମସ୍ତଙ୍କୁ ମ୍ରିୟମାଣ କରିଛି।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories