www.samajalive.in
Saturday, December 6, 2025
26.1 C
Bhubaneswar

ଆଗେଇବ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାମ, ଗୁଣ୍ଡୁରୀବିଡାରୁ ଜବରଦଖଲ ଉଚ୍ଛେଦ

ହରଭଙ୍ଗା: ହରଭଙ୍ଗା ତାହାସିଲ ଅନ୍ତର୍ଗତ ଗୁଣ୍ଡୁରୀବିଡା ଗ୍ରାମରେ ଖୋର୍ଦ୍ଧା – ବଲାଙ୍ଗୀର ରେଳପଥ ନିର୍ମାଣ ପାଇଁ ପ୍ରଶାସନ, ରେଲେଓ୍‍ବ ଅଧିକାରୀ ଏବଂ ଜମି ଅଧିଗହଣ ଜୋନାଲ ଅଧିକାରୀ, ପୁଲିସ ଉପସ୍ଥିତିରେ ଜବରଦଖଲ ଉଚ୍ଛେଦ କରାଯାଇଛି । ସୂଚନା ଅନୁସାରେ ଖୋର୍ଦ୍ଧା – ବଲାଙ୍ଗୀର ରେଳପଥ ନିର୍ମାଣ ପାଇଁ ଗୁଣ୍ଡୁରୀ ବିଡା ଗ୍ରାମରେ ଜମି ଅଧିଗ୍ରହଣ କରାଯାଇଥିଲା। ଜମି ଅଧିଗ୍ରହଣ ବାବଦ ଅର୍ଥ ସମ୍ପୂକ୍ତ ଜମି ମାଲିକଙ୍କୁ ପ୍ରଦାନ ପରେ ବି ଅଧିଗ୍ରହଣ ଜମିକୁ ସେମାନେ ଛାଡୁନଥିଲେ। ଯାହାଫଳରେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ ପାଇଁ ବାଧକ ସୃଷ୍ଟି ହେଉଥିଲା। ଏହାକୁ ଦୃଷ୍ଟିରେ ରଖି ବୌଦ୍ଧ ଉପଜିଲ୍ଲାପାଳ ପ୍ରବୀଣ ବଣୁଆଙ୍କ ଉପସ୍ଥିତରେ ଜବରଦଖଲ ଉଚ୍ଛେଦ କାର‌୍ୟ୍ୟ କରାଯାଇ ରେଳପଥ ନିର୍ମାଣ ପାଇଁ ଅଧିଗ୍ରହଣ ଜମିରେ ଥିବା ୨୭ଗୋଟି ଘରକୁ ଜେସିବି ଲଗାଇ ଭାଙ୍ଗାଯାଇଛି। ଉଚ୍ଛେଦ ସମୟରେ ଉପଜିଲ୍ଲାପାଙ୍କ ସହିତ ହରଭଙ୍ଗା ତହସିଲଦାର ବଳଦେବ ବେହେରା, ପୁରୁଣାକଟକ ଆଇ. ଆଇ. ସି ଅରୁଣ କୁମାର ସିଂ, ତହସିଲ ସୁପରଫାଇଜର ଜ୍ୱଳନ୍ତ ନାଏକ,ରେଲେଓ ବିଭାଗ ଅଧିକାରୀ,ଜମି ଅଧିଗ୍ରହଣ ଜୋନାଲ ଅଫିସରଙ୍କ ସହିତ ଏକ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଥିଲେ ।

Hot this week

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

Related Articles

Popular Categories