ଭୁବନେଶ୍ୱର: ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ବୀର ଯବାନଙ୍କ ସ୍ମୃତିରେ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟରେ ଦୁଇମିନିଟ୍ ନିରବ ପ୍ରାର୍ଥନା କରାଯାଇଛି। ରାୟଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ କ୍ୟାଣ୍ଡେଲ୍ ଶୋଭାଯାତ୍ରା ଆୟୋଜିତ ହୋଇଛି। ମୟୂରଭଞ୍ଜ ଉଦଳାରେ ମଧ୍ୟ ଏକ ସ୍ମୃତି ସଭା ଆୟୋଜିତ ହୋଇଯାଇଛି । ପ୍ରାର୍ଥନା ସଭାରେ ସହିଦଙ୍କ ଆତ୍ମାର ସଦ୍ଗତି କାମନା କରାଯାଇଛି । ରାୟଗଡ଼ ସଦର ମହକୁମାରେ ଥିବା ସିଆର୍ପିଏଫ୍ର ଚତୁର୍ଥ ବାଟାଲିୟନ୍ କ୍ୟାମ୍ପ୍ରୁ ଚାରିମାସ ତଳେ ରାୟଗଡ଼ାରୁ ବଦଳି ହୋଇ କାଶ୍ମୀର ଯାଇଥିବା ନିଜ ସାଥୀଙ୍କୁ ମନେପକାଇ ଗୋଟିଏ ଦିନ ଉପବାସରେ କଟାଇଥିଲେ ୧୮ଶହ ଯବାନ। ସେହିପରି କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶହୀଦମାନଙ୍କ ସ୍ମୃତିରେ ଶୋଭାଯାତ୍ରା ଓ ନିରବ ପ୍ରାର୍ଥନା ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଜିଲ୍ଲାର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ବିଜେପି, ବିଜୁ ଯୁବ ବାହିନୀ ସମେତ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଶହୀଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।
Popular Categories



