www.samajalive.in
Sunday, December 14, 2025
16.1 C
Bhubaneswar

ପହଲଗାଓଁ ଆକ୍ରମଣକୁ ପୁରିଲା ମାସେ, କୁଆଡେ ଗଲେ ୩ଆତଙ୍କୀ

ସମାଜ ଡିଜିଟାଲ ଡେସ୍କ: ଦିନ ଥିଲା ଏପ୍ରିଲ ୨୨ । ପହଲଗାଓଁର ଶାନ୍ତ ପରିବେଶରେ ପ୍ରିୟଜନଙ୍କ ସହିତ ବୁଲିବାର ମଜା ଉଠାଉଥିଲେ ପର୍ଯ୍ୟଟକ । ହେଲେ ହଠାତ ଆତଙ୍କୀଙ୍କ ଗୁଳିରେ ରକ୍ତରେ ଲାଲ୍‍ ହୋଇଯାଇଥିଲା ସେଠାକାର ମାଟି ମା । ଭାରତର ମିନି ସୁଇଜରଲ୍ୟାଣ୍ଡ କୁହାଯାଉଥିବା ସବୁଜ ପରିବେଶ କିଛି ସମୟରେ ହିଁ ରକ୍ତ ରଞ୍ଜିତ ହୋଇଯାଇଥିଲା । କେହି କିଛି ବୁଝିବା ଆଗରୁ ପର୍ଯ୍ୟଯକଙ୍କୁ ଧର୍ମ ପଚାରି ଅଚାନକ ଗୁଳିବର୍ଷା କରିଥିଲେ ଆତଙ୍କବାଦୀ । ଫଳରେ ୨୮ଜଣ ପର୍ଯ୍ୟଟକ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଏହି ଛାତିଥରା ଘଟଣାକୁ ଆଜି ମାସେ ପୁରିଛି । ନିଜ ଆତ୍ମୀୟଙ୍କୁ ହରାଇଥିବା ପରିବାର ଆଖିରୁ ଲୁହ ଏଯାଏ ଶୁଖି ନଥିବା ବେଳେ ଯେଉଁ ୪ଜଣ ଆତଙ୍କୀ ଆକ୍ରମଣ କରିଥିଲେ ସେମାନଙ୍କର ଏଯାଏର୍ ପତ୍ତା ମିଳିପାରି ନାହିଁ ।

ଏହି ଘଟଣାକୁ ସମଗ୍ର ବିଶ୍ୱ ନିନ୍ଦା କରିଥିଲେ । ଲସ୍କର-ଏ-ତୋଇବା ସହ ଜଡିତ ଦି ରେଜିଷ୍ଟାନ୍ସ ପ୍ରଣ୍ଟ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା । ପରେ ଟିଆରଏଫ ନିଜ ଦାବିରୁ ଓହରି ଯାଇଥିଲା । ଭାରତ ପକ୍ଷରୁ ତୁରନ୍ତ ଏହାର ଜବାବ ଦିଆଯିବ ବୋଲି କଡା ଚେତବନୀ ଦିଆଯାଇଥିଲା । ଏପରିକି ବିରୋଧୀ ଦଳଙ୍କୁ ନେଇ ସର୍ବଦଳୀୟ ବୈଠକ କରାଯାଇଥିବା ବେଳେ ସବୁ ଦଳ ଏଥିରେ ସରକାରଙ୍କୁ ସହଯୋଗ କରିଥିଲେ ।

- Advertisement -

ଆତଙ୍କବାଦୀ ବିରୋଧରେ ଲଢେଇ ସ୍ୱରୂପ ମେ ୬ତାରିଖ ମଧ୍ୟରାତ୍ରିରେ ଭାରତ ପକ୍ଷରୁ ଅପରେସନ ସିନ୍ଦୂର କରାଯାଇଥିଲା । ଏହି ଅପରେସନର ଉର୍ଦେଶ୍ୟ ଥିଲା ପାକିସ୍ତାନ ମାଟିରେ ଥିବା ଆତଙ୍କବାଦୀ ଆଶ୍ରୟସ୍ଥଳ ଗୁଡିକୁ ମାଟିରେ ଧୂଳିଶାତ କରିବା । ଏଥରେ ଭାରତୀୟ ସେନା ସଫଳ ମଧ୍ୟ ହୋଇଥିଲା । ଭାରତର ଆକ୍ରମଣରେ ୧୦୦ରୁ ଅଧିକ ଆତଙ୍କବାଦୀ ନିପାତ ହେବା ସହ ଆଶ୍ରୟସ୍ଥଳୀ ଛାରଖାର ହୋଇଥିଲା । ତେବେ ପହଲଗାଓଁ ଆକ୍ରମଣରେ ଆତଙ୍କୀ ୩ଜଣ କୁଆଡେ ଗଲେ ତାହା ବଡ ପ୍ରଶ୍ନ ହୋଇଛି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories