www.samajalive.in
Monday, December 15, 2025
16.1 C
Bhubaneswar

ଗୋପାଳପୁର ସମୁଦ୍ରରେ ଡ଼ଙ୍ଗା ଓଲଟି ଜଣେ ନିଖୋଜ

ଗୋପାଳପୁର :  ସୋମବାର ସକାଳେ ମାଛ ମାରିବାକୁ ସମୁଦ୍ର ଭିତରକୁ ଡ଼ଙ୍ଗାରେ ୫ ଜଣ ମତ୍ସ୍ୟଜୀବୀ ଯାଇଥିବା ବେଳେ ଡ଼ଙ୍ଗା ଓଲଟି ପଡ଼ିବାରୁ ଜଣେ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇ ଥିବା ବେଳେ ୪ ଜଣ ମତ୍ସ୍ୟଜୀବୀ ସୁରକ୍ଷିତ କୂଳକୁ ଫେରିଥିଲେ । ନିଖୋଜ ରହିଥିବା ଥିବା ବ୍ୟକ୍ତି ଜଣକ ଗୋପାଳପୁର ସତ୍ୟ ସାଇବାବା ସାହିର ବି.ଜେଙ୍ଗମେୟା ବୋଲି ଜଣାପଡ଼ିଛି। ସ୍ଥାନୀୟ ମତ୍ସ୍ୟଜୀବୀ ବହୁ ଖୋଜା ଖୋଜି କରିଥିଲେ। କିନ୍ତୁ କୌଣସି ସତ୍ୟଙ୍କ କୌଣସି ପତ୍ତା ପାଇନଥିଲେ।
ନିଖୋଜ ହୋଇଥିବା ସତ୍ୟଙ୍କ ପତ୍ନୀ ବି.ପୋତାମ୍ମା ଗୋପାଳପୁର ଥାନାରେ ଏ ସଂକ୍ରାନ୍ତରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ନିଖୋଜ ଥିବା ନେଇ ପୁଲିସ କେସ ନଂ ୨୭/୨୫ ମାମଲା ରୁଜୁ ସହ ତଦନ୍ତ ଆରମ୍ଭ କରିଥିଲା।  ଥାନା ଅଧିକାରୀ ପ୍ରଶାନ୍ତ କୁମାର ମଲିକ ଓ ବ୍ରହ୍ମପୁର ଅଗ୍ନିଶମ ବାହିନୀର ଅଧିକାରୀ ଠାକୁର ପ୍ରସାଦ ଦଳେଇ ଓ ସହଯୋଗୀ ଦଳ ସମୁଦ୍ର ମଧ୍ୟରେ ପ୍ରାୟ ତିନି ଘଣ୍ଟା ୨ଟି  ଜେସ୍କି ବୋଟରେ ଖୋଜା ଖୋଜି କରିବା ସହ ଏମବିଟି ଗାଡ଼ିରେ ମଧ୍ୟ ସମୁଦ୍ର କୁଳ ରେ ଖୋଜାଖୋଜି କରିଥିଲେ। ଆଜି ସୁଦ୍ଧା ନିଖୋଜ ବ୍ୟକ୍ତିଙ୍କ ପତ୍ତା ମିଳି ନାହିଁ ବୋଲି ଥାନା ଅଧିକାରୀ ପ୍ରଶାନ୍ତ କୁମାର ମଲିକ ସୂଚନା ଦେଇଛନ୍ତି।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories