ଗୁଣପୁର: ରାୟଗଡା ଜିଲ୍ଲା ଗୁମୁଡା ଫାଣ୍ଡି ଅନ୍ତର୍ଗତ ବଂଶଧାରା ନଦୀ ବ୍ରିଜ୍ ଉପରେ ବିଳମ୍ବିତ ରାତ୍ରି ସମୟରେ ଅଜଣା ଗାଡି ଧକ୍କାରେ ୩ ଯୁବକଙ୍କ ମୃତ୍ୟୁ ଘଟିଛି। ପଦ୍ମପୁର ମେଡିକାଲରେ ରହିଛି ଦୁଇ ଜଣଙ୍କ ମୃତଦେହ । ଗୁଣପୁର ମେଡିକାଲରେ ଆଉ ଜଣଙ୍କ ମୃତଦେହ ରହିଛି। ପଉଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଯୁବକ ମାନେ କାରିଣି ଗ୍ରାମର ଠାକୁରାଣି ଯାତ୍ରା ଦେଖିବାକୁ ଯାଉଥିଲେ । ଗୁଡାରି ବ୍ଲକ୍ କଇଠପଦର ଗ୍ରାମର ଦୁଇ ଜଣ ହେଲେ ବୁଲୁ ଶବର , ସୁବ୍ରତ ଶବର ଜଗନ୍ନାଥ ପୁର ଗ୍ରାମ ର ବାଳକୃଷ୍ଣ ଆରକା। ତିନିଜଣ ଯୁବକ ବାଇକ୍ ଯୋଗେ ଯାତ୍ରା ଦେଖିବାକୁ ଯିବା ସମୟରେ ଦୁର୍ଘଟଣାର ଶିକାର ହୋଇଛନ୍ତି। ଘଟଣାସ୍ଥଳରୁ ଜଣକୁ ଉଦ୍ଧାର କରି ଗୁଣପୁର ମେଡିକାଲକୁ ଆଣିବା ପରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିବା ପୁଲିସ କହିଛି । ଅନ୍ୟ ଦୁଇଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି।
Popular Categories



