www.samajalive.in
Saturday, December 6, 2025
26.1 C
Bhubaneswar

ସାବଧାନ! ଭୟଙ୍କର କରୋନାର ନୂଆ ଭାରିଆଣ୍ଟ, ଜାଣନ୍ତୁ ଲକ୍ଷଣ

ସମାଜ ଡିଜିଟାଲ ଡେସ୍କ: କରୋନାର ନୂତନ ଲହରୀ ଯୋଗୁଁ ସାରା ବିଶ୍ୱ ପୁଣି ଥରେ ଭୟଭୀତ । ଏହା ଏକ ଭାଇରସ ଯାହା ଜନଜୀବନକୁ ବ୍ୟାହତ କରୁଛି । JN.1 କରୋନାର ନୂଆ ଭାରିଆଣ୍ଟ ଯୋଗୁ ଭୟରେ ରହିଛନ୍ତି ଲୋକେ । କରୋନାର JN.1 ଭାରିଆଣ୍ଟ ୨୦୨୩ ଅଗଷ୍ଟରେ ପ୍ରଥମେ ଦେଖିବାକୁ ମିଳିଥିଲା । ଏହାକୁ ଓମିକ୍ରନର ଏକ ଅଂଶ ବୋଲି ବିବେଚନା କରାଯାଉଛି । BA.2.68 ରୁ ତିଆରି ଓମିକ୍ରନ ଉପ-ଭ୍ୟାରିଆଣ୍ଟ । ୨୦୨୨ ମସିହାରେ କେବଳ ଏହି ପ୍ରକାର କରୋନା ଯୋଗୁଁ ମାମଲା ବୃଦ୍ଧି ପାଇଥିଲା । କରୋନାର ଏହି ଭାରିଆଣ୍ଟରେ ମ୍ୟୁଟେସନ ଅଧିକ ଥିବାରୁ ଏହା ଅଧିକ ବିପଦପୂର୍ଣ୍ଣ ହୋଇଛି । ବିଶେଷଜ୍ଞଙ୍କ ମତରେ ଏହା ଦ୍ରୁତ ଗତିରେ ବ୍ୟାପିଥାଏ ।

ରୋଗ ନିୟନ୍ତ୍ରଣ ଏବଂ ନିବାରଣ କେନ୍ଦ୍ର ଅନୁଯାୟୀ ଏହାର ଲକ୍ଷଣ ଅନ୍ୟମାନଙ୍କଠାରୁ ଭିନ୍ନ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ନାକରୁ ପାଣି ବୋହିବା, ସୁଖିଲା କାଶ ହେବା, ଜ୍ୱର, ଗଳାରେ ଯନ୍ତ୍ରଣା, ମୁଣ୍ଡବିନ୍ଧା, ବାନ୍ତି ଲାଗିବା । ଭାରତରେ ଏହି ଭାଇରସକୁ ନେଇ ବହୁତ ବିପଦ ଚିନ୍ତା କରାଯାଇ ନାହିଁ । ଭାରତରେ ଲୋକମାନେ ପୂର୍ବରୁ ଓମିକ୍ରନ୍‍ ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ହୋଇଥିବା ବେଳେ ଏହାର ଉପ-ଭାରିଆଣ୍ଟ ସଂସ୍ପର୍ଶରେ ମଧ୍ୟ ଆସିଛନ୍ତି । ଏଥିପାଇଁ ନୂତନ ଭାଇରସରୁ ବିପଦ ଟିକେ କମ ରହିଛି, ତଥାପି ବୁଷ୍ଟର ଡୋଜ୍‍ ନେବାକୁ ଅପିଲ୍‍ କରାଯାଇଛି । କେନ୍ଦ୍ର ସରକାର କରୋନା ସମ୍ପର୍କରେ ସତର୍କତା ଅବଲମ୍ବନ କରୁଛନ୍ତି ଏବଂ ଏହା ଉପରେ ନଜର ରଖିଛନ୍ତି ।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories