www.samajalive.in
Saturday, December 13, 2025
27.1 C
Bhubaneswar

କ୍ୟାମେରା ସହିତ ବ୍ଲୁଟୁଥ୍, ଏହି ହେଲମେଟରେ ରହିଛି ଅନେକ ଫିଚର୍

ନୂଆଦିଲ୍ଲୀ : ଭାରତୀୟ ବଜାରରେ ଏବେ ଆଇଏସଆଇ ହେଲମେଟ୍ ବ୍ୟବହାରକୁ ନେଇ କଡା ଗାଇଡଲାଇନ୍ ପ୍ରସ୍ତୁତ ହେଉଛି । ଏହା ସହିତ ସରକାର ବଜାରରେ କେବଳ ଆଇଏସଆଇ ହେଟମେଟ୍ ପ୍ରସ୍ତୁତ ଉପରେ ଗୁରୁତ୍ବ ଦେଉଛନ୍ତି । ତେବେ ବଜାରରେ ଅନେକ ପ୍ରକାର ହେଲମେଟ୍ ରହିଛି । ଏଥିରେ ଅନେକ ସ୍ମାର୍ଟ ଫିଚର୍ସ ରହିଛି । ତେବେ livall ନାମକ ଏକ ଚୀନ କମ୍ପାନୀ ହେଲମେଟ୍ ପ୍ରସ୍ତୁତ କରୁଛି ଯେଉଁଥିରେ ଅନେକ ଫିଚର୍ ରହିଛି । କମ୍ପାନୀର ପୋର୍ଟଫୋଲିଓରେ ଏମସିଓ୍ବାନ୍ ପ୍ରୋ ନାମକ ଏକ ପ୍ରିମିୟମ୍ ଓ ସ୍ମାର୍ଟ ହେଲମେଟ୍ ରହିଛି ।

ଏହି ହେଲମେଟ୍ ବ୍ଲୁଟୁଥ୍ ଇଣ୍ଟରକମ୍ ସହିତ ଆସିଥାଏ । ଆପ୍ ସାହାଯ୍ୟରେ ଏହା ଓ୍ବାକି ଟକି ଭଳି ମଧ୍ୟ କାମ କରିଥାଏ । ଏହି ହେଲମେଟ୍ ଚାରିପଟେ ସ୍ମାର୍ଟ ଲାଇଟିଂ ଦିଆଯାଇଛି । କଲ୍ ଆସିଲେ ଗୋଟିଏ କ୍ଲିକରେ ରିସିଭ୍ କରିହେବ । ଏହା ଭଏସ୍ କମାଣ୍ଡ ମଧ୍ୟ ସପୋର୍ଟ କରିଥାଏ । ଏଥିରେ ହାଇ-ଫାଇ ଷ୍ଟେରିଓ ଦିଆଯାଇଛି । ତେବେ ଖାସ୍ କଥା ହେଉଛି ଏଥିରେ ୧୦୮୦ ପିକ୍ସେଲ ଫ୍ରଣ୍ଟ୍ କ୍ୟାମେରା ମିଳିଥାଏ । ଏହା କେବଳ କଳା ରଙ୍ଗରେ ହିଁ ମିଳିଥାଏ । ଥରେ ଚାର୍ଜ କଲେ ଏହା ୮ରୁ ୧୦ ଘଣ୍ଟା ପର୍ଯ୍ୟନ୍ତ ବ୍ୟାକଅପ୍ ଦେଇଥାଏ । ଏହାର ଦାମ୍ କମ୍ପାନୀ ୬୦ ହଜାର ଟଙ୍କା ରଖିଛି ।

Hot this week

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

Related Articles

Popular Categories