www.samajalive.in
Sunday, December 14, 2025
26.1 C
Bhubaneswar

ଅଲିଭ୍ ରିଡଲେ କଇଁଛଙ୍କ ସୁରକ୍ଷା ଲାଗି ଅପରେସନ୍ ଅଲିଭିଆ

ଭୁବନେଶ୍ଵର: ସାମୁଦ୍ରିକ ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ପାଇଁ ଭାରତୀୟ ତଟରକ୍ଷୀ ବାହିନୀ (ଇଣ୍ଡିଆନ କୋଷ୍ଟ ଗାର୍ଡ)ର ବାର୍ଷିକ ମିଶନ ‘ଅପରେସନ୍ ଅଲିଭିଆ’ ଉଲ୍ଲେଖନୀୟ ସଫଳତା ପାଇଛି । ଭାରତୀୟ ତଟରକ୍ଷୀ ବାହିନୀ ଫେବୃଆରୀ ୨୦୨୫ରେ ଓଡ଼ିଶାର ଋଷିକୂଲ୍ୟା ନଦୀ ମୁହାଣରେ ବସା ବାନ୍ଧିଥିବା ୬.୯୮ ଲକ୍ଷରୁ ଅଧିକ ଅଲିଭ୍ ରିଡଲେ କଇଁଛଙ୍କୁ ସୁରକ୍ଷା ଦେବାରେ ସାହାଯ୍ୟ କରିଥିଲା। ପ୍ରତିବର୍ଷ ନଭେମ୍ବରରୁ ମେ ମାସ ପର୍ଯ୍ୟନ୍ତ ଚାଲିଥିବା ଅପରେସନ ଅଲିଭିଆ ଭାରତୀୟ ତଟରକ୍ଷୀ ବାହିନୀର ଏକ ପ୍ରମୁଖ ସାମୁଦ୍ରିକ ସଂରକ୍ଷଣମୂଳକ ପଦକ୍ଷେପ। ଏହା ବିଶେଷକରି ଓଡ଼ିଶାର ଗହୀରମଥା ବେଳାଭୂମି ଏବଂ ଆଖପାଖ ଉପକୂଳବର୍ତ୍ତୀ ଅଞ୍ଚଳରେ ଅଲିଭ୍ ରିଡଲେ କଇଁଛଙ୍କ ବସା ଲାଗି ସୁରକ୍ଷିତ ସ୍ଥାନ ନିଶ୍ଚିତ କରିବା ଲକ୍ଷ୍ୟ ରଖିଛି।  ଯେଉଁଠାରେ ପ୍ରତିବର୍ଷ ଆଠ ଲକ୍ଷରୁ ଅଧିକ କଇଁଛ ଅଣ୍ଡା ଦେବାକୁ ଆସନ୍ତି। ଓଡ଼ିଶାର ଋଷିକୂଲ୍ୟା ନଦୀ ମୁହାଣରେ ଅଲିଭ ରିଡଲେ କଇଁଛଙ୍କ ଦ୍ବାରା ରେକର୍ଡ ସାମୁହିକ ଅଣ୍ଡାଦାନ, ଭାରତୀୟ ତଟରକ୍ଷୀ ବାହିନୀର ନିରନ୍ତର ପାଟ୍ରୋଲିଂ, ଆକାଶ ମାର୍ଗରୁ ପର୍ଯ୍ୟବେକ୍ଷଣ ଏବଂ ସାମୁଦାୟିକ ସହଯୋଗ ମାଧ୍ୟମରେ ଏହି ବିଲୁପ୍ତପ୍ରାୟ ପ୍ରଜାତିକୁ ସୁରକ୍ଷା ଦେବା ପାଇଁ କରାଯାଉଥିବା ନିରନ୍ତର ପ୍ରୟାସର ପ୍ରମାଣ।
ଅପରେସନ୍ ଅଲିଭିଆ ଆରମ୍ଭ ହେବା ପରଠାରୁ, ଭାରତୀୟ ତଟରକ୍ଷୀ ବାହିନୀ ୫୩୮୭ ରୁ ଅଧିକ ଭୂପୃଷ୍ଠ ପାଟ୍ରୋଲିଂ ଏବଂ ୧୭୬୮ଟି ଆକାଶ ନିରୀକ୍ଷଣ ମିଶନ୍ କରିଛି, ଯାହା ଅବୈଧ ମାଛ ଧରିବା ଏବଂ କଇଁଛ ବାସସ୍ଥାନର ବିଶୃଙ୍ଖଳା ଭଳି ବିପଦକୁ ଉଲ୍ଲେଖନୀୟ ଭାବରେ ହ୍ରାସ କରିଛି। ଏହି ସମୟ ମଧ୍ୟରେ, ଅବୈଧ କଇଁଛ ଶିକାରରେ ସମ୍ପୃକ୍ତ ୩୬୬ଟି ଡଙ୍ଗାକୁ ଅଟକ ରଖାଯାଇଛି, ଯାହା ସାମୁଦ୍ରିକ ଜୀବନ ସୁରକ୍ଷାରେ ଭାରତୀୟ ତଟରକ୍ଷୀ ବାହିନୀର ଦୃଢ଼ ଭୂମିକାକୁ ସୂଚୀତ କରୁଛି। ପାଟ୍ରୋଲିଂ ବ୍ୟତୀତ, ଭାରତୀୟ ତଟରକ୍ଷୀ ବାହିନୀ ସ୍ଥାନୀୟ ମତ୍ସ୍ୟଜୀବୀ ସମ୍ପ୍ରଦାୟ ସହିତ ସକ୍ରିୟ ଭାବରେ କାର୍ଯ୍ୟ କରୁଛି। ଏଥିରେ ଟର୍ଟଲ ଏକ୍ସକ୍ଲୁଡର ଡିଭାଇସର ବ୍ୟବହାରକୁ ପ୍ରୋତ୍ସାହିତ କରିବା ଏବଂ ଆନୁଷ୍ଠାନିକ ବୁଝାମଣାପତ୍ର ମାଧ୍ୟମରେ ଏନଜିଓ ମାନଙ୍କ ସହ ସହଭାଗିତା କରି ସ୍ଥାନୀୟ ମତ୍ସ୍ୟଜୀବୀମାନଙ୍କ ମଧ୍ୟରେ ପରିବେଶ ଅନୁକୂଳ ମାଛ ଧରିବା ଅଭ୍ୟାସ ଏବଂ ସଂରକ୍ଷଣ ଶିକ୍ଷାକୁ ପ୍ରେତ୍ସାହିତ କରିବା ଅନ୍ତର୍ଭୁକ୍ତ ରହିଛି ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories