www.samajalive.in
Tuesday, December 9, 2025
16.1 C
Bhubaneswar

ମଦ ପିଇବାକୁ ପାକ୍‌ ସେନା ଅଧିକାରୀ ଆମ ପାଖକୁ ଲୁଚି ଲୁଚି ଆସନ୍ତି: ନରଭଣେ

ସମାଜ ଡିଜିଟାଲ ଡେସ୍କ: ପାକିସ୍ତାନୀ ସେନାର ଅଧିକାରୀମାନେ ମଦ୍ୟ ପାନ କରିବାକୁ ଲୁଚି ଲୁଚି ଆମ ପାଖକୁ ଆସନ୍ତି। ଏଭଳି ଏକ ରୋଚକ କଥା କହିଛନ୍ତି ପୂର୍ବତନ ଭାରତୀୟ ସ୍ଥଳ ସେନା ଅଧ୍ୟକ୍ଷ ମନୋଜ ମୁକୁନ୍ଦ ନରଭଣେ। ଏକ ଜାତୀୟ ଗଣମାଧ୍ୟମ ସହିତ ଆଲୋଚନା ସମୟରେ ସେ ଏହା ପ୍ରକାଶ କରିଛନ୍ତି।

ନରଭଣେଙ୍କ କହିବା ଅନସୁାରେ, ପାକିସ୍ତାନୀ ସେନାରେ ମଦ୍ୟପାନ କରିବା ଉପରେ ପ୍ରତିବନ୍ଧକ ରହିଛି। ତେଣୁ ପାକିସ୍ତାନୀ ସେନାର ଅଧିକାରୀ ଏବଂ ଯବାନମାନେ ଲୁଚି ଲୁଚି ଏହାର ସେବନ କରନ୍ତି। ଅନ୍ତର୍ଜାତୀୟ ସ୍ତରରେ ଶାନ୍ତି ରକ୍ଷାକାରୀ ବାହିନୀରେ ବିଦେଶରେ ଭାରତୀୟ ସୈନ୍ୟମାନଙ୍କ ସହିତ ପାକ୍‌ ସୈନ୍ୟ ଏବଂ ଅଧିକାରୀମାନେ ମୁତୟନ ହୋଇଥାଆନ୍ତି। ମଦ୍ୟପାନ ପାଇଁ ବାରଣ ହୋଇଥିବାରୁ ସେମାନେ ରାତିରେ ଲୁଚି ଲୁଚି ଆମ ଶିବିରକୁ ଆସନ୍ତି ଏବଂ ମଦ୍ୟ ପାନ ପାଇଁ ଅନୁରୋଧ କରନ୍ତି ବୋଲି ନରଭଣେ କହିଛନ୍ତି।

- Advertisement -

ନରଭଣେ ଆହୁରି କହିଛନ୍ତି ଯେ, ସେ ୪ ଦଶନ୍ଧି ପର୍ଯ୍ୟନ୍ତ ଭାରତୀୟ ସେନାରେ କାର୍ଯ୍ୟ କରିଛନ୍ତି। ପାକିସ୍ତାନୀ ସେନା ସମ୍ପର୍କରେ ସେ ଅନେକ ତଥ୍ୟ ଦେଇଛନ୍ତି, ଯାହା ସାଧାରଣ ଲୋକଙ୍କୁ ଜଣାନାହିଁ। ନରଭଣେ କହିଛନ୍ତି, ପାକିସ୍ତାନ ସେନା ବାହାରକୁ ଦେଖିବାକୁ ଗୋଟିଏ ପ୍ରକାର ଏବଂ ପରଦା ପଛରେ ଆଉ ଗୋଟିଏ ପ୍ରକାର ଥିଲେ। କିନ୍ତୁ ପାକ୍ ସେନାରେ ଏବେ ପରିବର୍ତ୍ତନ ଦେଖିବାକୁ ମିଳିଛି।

ଜିଆଉଲ ହକ୍‌ ପାକିସ୍ତାନ ରାଷ୍ଟ୍ରପତି ହେବା ପରଠାରୁ ପାକ୍ ସେନାରେ ପରିବର୍ତ୍ତନ ଦେଖାଯାଇଛି। ଏହି ସମୟରେ ପାକିସ୍ତାନୀ ସେନାର ଇସଲାମୀକରଣ ହୋଇଛି ବୋଲି ନରଭରେ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories