www.samajalive.in
Wednesday, December 10, 2025
16.1 C
Bhubaneswar

କରୋନା; ଏବେ ଦେଖାଯାଉଛି ଏସବୁ ଲକ୍ଷଣ, ଏମିତି ରୁହନ୍ତୁ ସୁରକ୍ଷିତ

ନୂଆଦିଲ୍ଲୀ : କରୋନାର ଭୟ ଏବେ ଲୋକଙ୍କ ମନରୁ ଲିଭିନି । ହଂକଂ ଓ ସିଙ୍ଗାପୁରରେ ପୁଣି ଥରେ କରୋନାର ନୂଆ ପ୍ରକରଣର ମାମଲା ବୃଦ୍ଧି ପାଉଥିବା ଦେଖାଯାଉଛି। ମୁମ୍ବଇରେ ମଧ୍ୟ ଗତ ୩ ମାସରେ ୭ ରୁ ୧୦ଟି କରୋନା ମାମଲା ସାମ୍ନାକୁ ଆସିଥିଲା। ଏକ ହସ୍ପିଟାଲରେ ୨ ଜଣ ଚିକିତ୍ସିତଙ୍କ ମୃତ୍ୟୁ ମଧ୍ୟ ହୋଇଛି । ମାତ୍ର ସେମାନଙ୍କ ମୃତ୍ୟୁର କାରଣ କରୋନା ନୁହେଁ ବୋଲି କୁହାଯାଇଛି। ୨ ରୋଗୀଙ୍କ ମଧ୍ୟରେ ଜଣେ ୫୮ ବର୍ଷୀୟ ମହିଳା କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କର୍କଟ ରୋଗ କାରଣରୁ ତାଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି । ଆଉ ଜଣେ ୧୩ ବର୍ଷୀୟ ନାବାଳିକାଙ୍କ ମୃତ୍ୟୁ କିଡ୍‌ନୀ ରୋଗ କାରଣରୁ ହୋଇଥିବା କୁହାଯାଇଛି।

ଦୁନିଆର ସବୁଠାରୁ ମହଙ୍ଗା ଆମ୍ବ; ହୋସ୍‌ ଉଡାଇବ ଏକ କେଜିର ଦାମ୍‌

- Advertisement -

ସିଙ୍ଗାପୁରରେ କରୋନାର ଯେଉଁ ମାମଲା ଦେଖାଯାଇଛି, ତାହା ଏଲଏଫ.୭ ଓ ଏନବି.୧ ପ୍ରକରଣ । ଏହି ପ୍ରକରଣ ଜେଏନ୍‌.୧ ସହ ଜଡିତ । ଏହାର ଲକ୍ଷଣ ବିଷୟରେ କହିବାକୁ ଗଲେ, ନାକରୁ ଅହରହ ପାଣି ବୋହିବା, ଜ୍ୱର ଓ ଗଳାରେ ଯନ୍ତ୍ରଣା ସାମିଲ ରହିଛି । କାଶ ଓ ମୁଣ୍ଡବିନ୍ଧା ମଧ୍ୟ ଦେଖାଯାଉଛି ।

୩୦ ବର୍ଷ ପରେ ଶନିଙ୍କ ସିଧା ଚଳନ : ଏହି ରାଶିଙ୍କୁ କରିବେ ମାଲାମାଲ୍‌, ବଢିବ ଦରମା, ମିଳିବ ଗୋଟିଏ ପରେ ଗୋଟିଏ ସଫଳତା..

ହଂକଂ ୩ ମେ’ ପର୍ଯ୍ୟନ୍ତ ୩୧ଟି ସଂକ୍ରମିତଙ୍କ ସକ୍ରିୟ ମାମଲା ମିଳିଥିଲା। ସିଙ୍ଗାପୁରରେ ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୧୪,୨୦୦ରେ ପହଞ୍ଚିଛି । ଏଠାକାର ହସ୍ପିଟାଲ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିବା ବ୍ୟକ୍ତି ବିଶେଷଙ୍କୁ କରୋନା ହେବାର ଅଧିକ ସମ୍ଭାବନା ରହିଛି । ଚୀନରେ ମଧ୍ୟ କରୋନା ମାମଲା ଦେଖାଯାଇଛି ।

ଭିଡ ସ୍ଥାନକୁ ଗଲେ ମାସ୍କ ପିନ୍ଧନ୍ତୁ । ବାହାରୁ ଆସିଲେ ହାତ ଧୁଅନ୍ତୁ, କାଶ, ଥଣ୍ଡା ହେଲେ ଘରେ ରୁହନ୍ତୁ । ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ଦେଖନ୍ତୁ ଛାତିଥରା ଭିଡିଓ ; ଶୋଇଥିବା ଯୁବକଙ୍କୁ କାମୁଡିଲା ସାପ, କିଛି ସମୟରେ ହେଲା..

 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories