www.samajalive.in
Wednesday, December 10, 2025
18.1 C
Bhubaneswar

ନୁହରୁ ଆଉଜଣେ ପାକ୍ ଗୁପ୍ତଚର ଗିରଫ, ହ୍ୱାଟ୍ସଆପ୍ ଚାଟ୍‌ରୁ ମିଳିଲା ଦେଶଦ୍ରୋହର ପ୍ରମାଣ

ନୁହ: ପାକିସ୍ତାନୀ ଗୁପ୍ତଚର ନେଟୱର୍କ ବିରୋଧରେ ହରିୟାଣା ପୁଲିସ ଏବଂ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଗୁଡ଼ିକୁ ଆଉ ଏକ ବଡ଼ ସଫଳତା ମିଳିଛି। ପାକିସ୍ତାନ ପାଇଁ ଗୁପ୍ତଚର କାମ କରିବା ଅଭିଯୋଗରେ ନୁହ ଜିଲାରେ ପୁଲିସ ଏବଂ ତଦନ୍ତକାରୀ ସଂସ୍ଥାଗୁଡ଼ିକ ଆଉ ଜଣେ ବ୍ୟକ୍ତିକୁ ଗିରଫ କରିଛନ୍ତି। ଦୁଇ ଦିନ ପୂର୍ବରୁ ସମାନ ଅଭିଯୋଗରେ ପୁଲିସ ନୁହ ଜିଲାର ରାଜାକା ଗାଁରୁ ଅରମାନ ନାମକ ବ୍ୟକ୍ତିକୁ ଗିରଫ କରିଥିଲା। ଏଥର ପୁଲିସ ନୁହ ଜିଲା ତାୱଡୁ ସବଡିଭିଜନର କାଙ୍ଗରକା ଗ୍ରାମରୁ ମହମ୍ମଦ ତାରିଫକୁ ଗିରଫ କରିଛି।

ସୂଚନା ଅନୁସାରେ, ମହମ୍ମଦ ତାରିଫ ବିରୋଧରେ ଦିଲ୍ଲୀରେ ଥିବା ପାକିସ୍ତାନ ଦୂତାବାସର ଦୁଇ କର୍ମଚାରୀଙ୍କୁ ହ୍ୱାଟ୍‌ସଆପ୍ ମାଧ୍ୟମରେ ଭାରତୀୟ ସେନା ସହ ଜଡିତ ସୂଚନା ଗୁପ୍ତ ଭାବରେ ପଠାଇବାର ଅଭିଯୋଗ ହୋଇଛି। ଏହି ମାମଲାରେ ହରିୟାଣା ପୁଲିସ ପାକିସ୍ତାନୀ ନାଗରିକ ଆସିଫ ବଲୋଚ୍, ଜାଫର ଏବଂ ମହମ୍ମଦ ତାରିଫଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତା, ସରକାରୀ ଗୁପ୍ତ ଆଇନ, ୧୯୨୩ ଏବଂ ଦେଶଦ୍ରୋହ ଧାରା ଅନୁଯାୟୀ ମାମଲା ରୁଜୁ କରିଛି।

- Advertisement -

 

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories