ନୂଆଦିଲ୍ଲୀ : କରୋନାର ଭୟ ଏବେ ଲୋକଙ୍କ ମନରୁ ଲିଭିନି । ହଂକଂ ଓ ସିଙ୍ଗାପୁରରେ ପୁଣି ଥରେ କରୋନାର ନୂଆ ପ୍ରକରଣର ମାମଲା ବୃଦ୍ଧି ପାଉଥିବା ଦେଖାଯାଉଛି। ମୁମ୍ବଇରେ ମଧ୍ୟ ଗତ ୩ ମାସରେ ୭ ରୁ ୧୦ଟି କରୋନା ମାମଲା ସାମ୍ନାକୁ ଆସିଥିଲା। ଏକ ହସ୍ପିଟାଲରେ ୨ ଜଣ ଚିକିତ୍ସିତଙ୍କ ମୃତ୍ୟୁ ମଧ୍ୟ ହୋଇଛି । ମାତ୍ର ସେମାନଙ୍କ ମୃତ୍ୟୁର କାରଣ କରୋନା ନୁହେଁ ବୋଲି କୁହାଯାଇଛି। ୨ ରୋଗୀଙ୍କ ମଧ୍ୟରେ ଜଣେ ୫୮ ବର୍ଷୀୟ ମହିଳା କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କର୍କଟ ରୋଗ କାରଣରୁ ତାଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି । ଆଉ ଜଣେ ୧୩ ବର୍ଷୀୟ ନାବାଳିକାଙ୍କ ମୃତ୍ୟୁ କିଡ୍ନୀ ରୋଗ କାରଣରୁ ହୋଇଥିବା କୁହାଯାଇଛି।
ସିଙ୍ଗାପୁରରେ କରୋନାର ଯେଉଁ ମାମଲା ଦେଖାଯାଇଛି, ତାହା ଏଲଏଫ.୭ ଓ ଏନବି.୧ ପ୍ରକରଣ । ଏହି ପ୍ରକରଣ ଜେଏନ୍.୧ ସହ ଜଡିତ । ଏହାର ଲକ୍ଷଣ ବିଷୟରେ କହିବାକୁ ଗଲେ, ନାକରୁ ଅହରହ ପାଣି ବୋହିବା, ଜ୍ୱର ଓ ଗଳାରେ ଯନ୍ତ୍ରଣା ସାମିଲ ରହିଛି । କାଶ ଓ ମୁଣ୍ଡବିନ୍ଧା ମଧ୍ୟ ଦେଖାଯାଉଛି ।
୩୦ ବର୍ଷ ପରେ ଶନିଙ୍କ ସିଧା ଚଳନ : ଏହି ରାଶିଙ୍କୁ କରିବେ ମାଲାମାଲ୍, ବଢିବ ଦରମା, ମିଳିବ ଗୋଟିଏ ପରେ ଗୋଟିଏ ସଫଳତା..
ହଂକଂ ୩ ମେ’ ପର୍ଯ୍ୟନ୍ତ ୩୧ଟି ସଂକ୍ରମିତଙ୍କ ସକ୍ରିୟ ମାମଲା ମିଳିଥିଲା। ସିଙ୍ଗାପୁରରେ ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୧୪,୨୦୦ରେ ପହଞ୍ଚିଛି । ଏଠାକାର ହସ୍ପିଟାଲ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିବା ବ୍ୟକ୍ତି ବିଶେଷଙ୍କୁ କରୋନା ହେବାର ଅଧିକ ସମ୍ଭାବନା ରହିଛି । ଚୀନରେ ମଧ୍ୟ କରୋନା ମାମଲା ଦେଖାଯାଇଛି ।
ଭିଡ ସ୍ଥାନକୁ ଗଲେ ମାସ୍କ ପିନ୍ଧନ୍ତୁ । ବାହାରୁ ଆସିଲେ ହାତ ଧୁଅନ୍ତୁ, କାଶ, ଥଣ୍ଡା ହେଲେ ଘରେ ରୁହନ୍ତୁ । ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ଦେଖନ୍ତୁ ଛାତିଥରା ଭିଡିଓ ; ଶୋଇଥିବା ଯୁବକଙ୍କୁ କାମୁଡିଲା ସାପ, କିଛି ସମୟରେ ହେଲା..



