www.samajalive.in
Friday, December 5, 2025
20.1 C
Bhubaneswar

‘ଅପରେସନ ସିନ୍ଦୂର’- ସତ୍ୟ ମାନିଲେ ଶେହବାଜ୍‍ ସରିଫ୍‍

ସମାଜ ଡିଜିଟାଲ ଡେସ୍କ: ପହଲଗାଓଁ ଆକ୍ରମଣର ପ୍ରତିଶୋଧ ନେବାକୁ ପାକିସ୍ତାନରେ ଅପରେସନ ସିନ୍ଦୂର ଜରିଆରେ ଭାରତ ଆତଙ୍କୀଙ୍କ ଆଡ୍ଡାକୁ ଧ୍ୱଂସ କରିଥିଲା । ଏହି ଅପରେସନ ସିନ୍ଦୂରରେ ପାକିସ୍ତାନର ଅନେକ ଏୟାରବେସ ଓ ଆତଙ୍କୀ ଆଡ୍ମା ଧୂଳିସାତ କରିବା ସହ ଅନେକ କ୍ଷତି ହୋଇଥିବା ଭାରତ ଦାବି କରିଥିଲା । ହେଲେ ପାକିସ୍ତାନ କିନ୍ତୁ ବାରମ୍ବାର ମିଛ ପ୍ରଚାର କରୁଥିଲା ଯେ ପାକ୍‍ ମାଟିରେ କୌଣସି କ୍ଷତି ହୋଇନାହିଁ । ହେଲେ ଏବେ ନିଜେ ଖୋଦ୍‍ ପାକିସ୍ତାନର ପ୍ରଧାନମନ୍ତ୍ରୀ ଅପରେସନ ସିନ୍ଦୂରର ସଫଳତାକୁ ସ୍ୱୀକାର କରିଛନ୍ତି । ଭାରତର ପ୍ରତିଶୋଧମୂଳକ ଆକ୍ରମଣରେ ତାଙ୍କର ଅନେକ ବାୟୁସେନା ଘାଟି ଧ୍ୱଂସ ପାଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ଶେହବାଜ୍‍ ସରିଫ । ସବୁଠାରୁ ହାଇପ୍ରୋଫାଇଲ ଏୟାରବେସକୁ ଧ୍ୱଂସ କରିଛି ଭାରତ । ପାକିସ୍ତାନର ଏହି ସ୍ୱୀକାରୋକ୍ତି ଏବେ ସର୍ବ ସମ୍ମୁଖରେ ଆସିଛି । ଏହା ସେହି ମିଛୁଆ ପାକିସ୍ତାନ, ଯିଏକି ଗତକାଲି ପର୍ଯ୍ୟନ୍ତ କହୁଥିଲା ଯେ ପାକିସ୍ତାନରେ କିଛି ହୋଇନାହିଁ । ନିଜର ଦେଶର ଲୋକଙ୍କୁ ମୁର୍ଖ ବନାଉଥିଲା ଏବଂ ବିଜୟର ଉତ୍ସବ ପାଳନ କରୁଥିଲା । ଏବେ ଏହା କିନ୍ତୁ କୁହୁଛି ଯେ ଭାରତ ବହୁତ କ୍ଷତି କରିଛି ।

ଶେହବାଜ ସରିଫ୍‍ଙ୍କ ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଭିଡ଼ିଓରେ ସେ କହିଛନ୍ତି ଯେ ୯ ତାରିଖ ଏବଂ ୧୦ ତାରିଖରେ ରାତି ପ୍ରାୟ ୨ଟା ୩୦ ମିନିଟ ସମୟରେ ଜେନେରୋଲ ଆସିମ୍‍ ମୁନୀର ତାଙ୍କୁ ଫୋନ୍‍ କରି କହିଥିଲେ ଯେ ଜନାବ ଭାରତ ଏବେ ବାଲାଷ୍ଟିକ୍‍ କ୍ଷେପଣାସ୍ତ୍ର ମାଡ କରିଛି । ସେଥିରୁ ନୁରଖାନ୍‍ ଏୟାରବେସରେ ଏକ ମାଡ ହୋଇଥିବା ବେଳେ କିଛି ଅନ୍ୟରେ ମଧ୍ୟ ପଡିଛି ।

- Advertisement -

ଭାରତୀୟ ବାୟୁସେନା ଦେଶକୁ ରକ୍ଷା କରିବା ପାଇଁ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରିଥିବା ବେଳେ ସେମାନେ ଚୀନ ଯୁଦ୍ଧ ବିମାନରେ ଆଧୁନିକ ଉପକରଣ ଏବଂ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରିଥିଲେ । ନୁରଖାନ ପାକିସ୍ତାନର କୌଣସି ସାଧାରଣ ଏୟାରବେସ୍‍ ନୁହେଁ । ଏହା ପାକିସ୍ତାନର ଭିଭିଆଇପି ଏବଂ ଉଚ୍ଚସ୍ତରୀୟ ସାମରିକ ବିମାନ ଚଳାଚଳର କେନ୍ଦ୍ରବିନ୍ଦୁ ଅଟେ । ଏହା ଇସଲାମାବାଦର ନିକଟର ଏବଂ ଏହାର ଦ୍ୱେିତ ଭୂମିକା ରହିଛି । ଏହି ଏୟାରବେସକୁ ପାକିସ୍ତାନର ସବୁଠାରୁ ସମ୍ବେଦନଶୀଳ ଏୟାରବେସ ମଧ୍ୟରୁ ଗୋଟିଏ ।

ସୂଚନା ଅନୁସାରେ ଆକ୍ରମଣ ପରେ ଏପର୍ଯ୍ୟନ୍ତ ଉପଲବ୍ଧ ସମସ୍ତ ସାଟେଲାଇଟ୍‍ ଚିତ୍ର ଦର୍ଶାଉଛି ଯେ ଭାରତୀୟ ବାୟୁସେନା ସମ୍ପୂର୍ଣ୍ଣ ସଠିକତାର ସହିତ ଆକ୍ରମଣ କରିଥିଲା ଏବଂ କୌଣସି ଟାର୍ଗେଟ କୌଣସି ସ୍ଥାନରେ ହାତଛଡା ହୋଇନଥିବା ପରି ମନେ ହୋଇଛି । ଭାରତୀୟ ବାୟୁସେନା ପାକିସ୍ତାନର ସବୁଠାରୁ ହାଇପ୍ରୋଫାଇଲ ଏୟାରବେସ ଉପରେ ଆକ୍ରମଣ କରି ଧ୍ୱଂସ କରିଥିବା ସ୍ୱୀକାର କରିଛନ୍ତି ପାକିସ୍ତାନ ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories