www.samajalive.in
Saturday, December 6, 2025
15.1 C
Bhubaneswar

ନୂଆଦିଲ୍ଲୀରେ ପହଞ୍ଚିଲା ବୀର ସେନାଙ୍କ ପାର୍ଥିବ ଶରୀର

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀର ସ୍ଥିତ ପୁଲୱାମାରେ ସବୁଠାରୁ ବଡ ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ଯବାନ ସହିଦ ହୋଇଛନ୍ତି। ସମସ୍ତ ସହିଦ ଯବାନଙ୍କ ପାର୍ଥିବ ଶରୀରକୁ ଜାମ୍ମୁ-କାଶ୍ମୀରରୁ ନୂଆଦିଲ୍ଲୀ ସ୍ଥିତ ପାଲମ ବିମାନଘାଟିକୁ ଅଣାଯାଇଛି। ପାଲମ ବିମାନ ଘାଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ରାଜନେତା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପାଲମ ବିମାନଘାଟିରେ ରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ, ଗୃହ ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋଡ଼, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସମେତ ସ୍ଥଳ ସେନାଧକ୍ଷ ବିପିନ ରାୱତ, ନୌସେନା ଆଡ଼ମିରାଲ ସୁନୀଲ ଲାମ୍ବା ଏବଂ ବାୟୁସେନା ଏଆର ଚିଫ ମାର୍ଶାଲ ବି. ଏସ. ଧନୋଆ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଆକ୍ରମଣରେ ନିହତ ସୁରକ୍ଷା ବଳଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ସିଆରପିଏଫ ଅଫିସରମାନେ ସେମାନଙ୍କ ସାଥିମାନଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଇତି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶହୀଦମାନଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବାକୁ ମନ୍ତ୍ରୀମଣ୍ଡଳର ସଦସ୍ୟ ଓ ସାଂସଦମାନଙ୍କୁ ନିର୍ଦେଶ ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଉତ୍ତରପ୍ରଦେଶର ଶହୀଦମାନଙ୍କ ପାର୍ଥିବ ଶରୀର ପ୍ରୟାଗରାଜକୁ ପଠାଯିବ ଏବଂ ଅନ୍ୟ ପାର୍ଥିବ ଶରୀରଗୁଡିକୁ ହେଲିକପ୍ଟର ଯୋଗେ ସେମାନଙ୍କ ରାଜ୍ୟକୁ ପଠାଯିବ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories