ସମାଜ ଡିଜିଟାଲ ଡେସ୍କ: ଗୁଜରାଟ ଭୁଜ୍ ଏୟାରବେସରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଅପରେସନ ସିନ୍ଦୂରରେ ବାୟୁସେନାର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ଥିବାରୁ ସେନାର ବୀରତ୍ୱକୁ ସଲାମ କରିଛନ୍ତି ରାଜନାଥ । ଭୁଜ ଏୟାରବେସରୁ ଉଡାଣ ଆରମ୍ଭ କରି ଲଢୁଆ ବିମାନ ପରାକ୍ରମ ଦେଖାଇଛି। ପାକିସ୍ତାନ ମାଟିରେ ଆତଙ୍କୀଙ୍କ ଆଡ୍ଡାକୁ ଧୂଳିସାତ କରିବା ପାଇଁ ଭାରତୀୟ ବାୟୁସେନା ପାଖରେ ମାତ୍ର ୨୩ମିନିଟ ହିଁ ସମୟ ଯଥେଷ୍ଟ ଥିଲା । ଏତିକି ସମୟ ଲୋକଙ୍କ ପାଖରେ ଜଳଖିଆ କରିବାର ସମୟ ରହିଥାଏ । ସେହି ସମୟରେ ଶତ୍ରୁଙ୍କ ସଂହାର କରିଛି, ଏଥିପାଇଁ ମୁଁ ଗର୍ବିତ । ଶତ୍ରୁ ଦେଶରେ ତୁମେ ପକାଇଥିବା କ୍ଷେପଣାସ୍ତ୍ରର ପ୍ରତିଧ୍ୱନି ସମଗ୍ର ବିଶ୍ୱ ଶୁଣିଛି । ସେହି ଧ୍ୱନି କେବଳ କ୍ଷେପଣାସ୍ତ୍ର ନଥିଲା ବରଂ ତୁମର ସାହାସ ଏବଂ ଭାରତର ବୀରତ୍ୱର ଥିଲା ।
ପାକିସ୍ତାନ ବ୍ରହ୍ମୋସ୍ କ୍ଷେପଣାସ୍ତ୍ରର ଶକ୍ତିକୁ ସ୍ୱୀକାର କରିଛି । ଆମ ଦେଶରେ ଏକ ପୁରାତନ କଥା ରହିଛି, ଦିନରେ ତାରା ଦେଖାଇବା । ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ବ୍ରହ୍ମୋସ୍ ଏହା କରି ଦେଖାଇଛି । ପାକିସ୍ତାନକୁ ରାତିର ଅନ୍ଧକାର ଭିତରେ ଦିନର ଉଜାଲା ଦେଖାଇଲା ବ୍ରହ୍ମୋସ୍ । ଭୁଜ୍ ଏୟାରବେସକୁ ଉଡାଇଥିବା ଦାବି କରିଥିଲା ପାକିସ୍ତାନ । ଶୁକ୍ରବାର ଭୁଜ୍ ଗସ୍ତ କରି ପାକିସ୍ତାନକୁ କଡା ଜବାବ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।
#WATCH | #OperationSindoor | Gujarat: Defence Minister Rajnath Singh says, “It would not be incorrect for me to say that the duration people take to have breakfast, you used that duration to deal with enemies. You dropped missiles by going to the land of enemies. Its echo did… pic.twitter.com/ET8F1kjcoq
— ANI (@ANI) May 16, 2025



