www.samajalive.in
Friday, December 5, 2025
20.1 C
Bhubaneswar

ଆତଙ୍କବାଦୀ ଆକ୍ରମଣର ଘୋର ନିନ୍ଦା କଲେ ବିଶ୍ୱର ବହୁ ରାଷ୍ଟ୍ର

ନୂଆଦିଲ୍ଲୀ: ବିଶ୍ୱର ବହୁ ରାଷ୍ଟ୍ର ପୁଲୱାମା ଆତଙ୍କବାଦୀ ଆକ୍ରମଣର ଘୋର ନିନ୍ଦା କରିଛନ୍ତି। ଆତଙ୍କବାଦ ଦମନରେ ଭାରତ ସହ ମିଶି କାର୍ଯ୍ୟ କରିବାକୁ ଆମେରିକା, ରୁଷ ଓ ଫ୍ରାନ୍ସ କହିଥିବା ବେଳେ ଆମେରିକାର ବହୁ ସାଂସଦ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଭାରତ ପାଖରେ ଛିଡ଼ା ହୋଇ ସେମାନଙ୍କର ସମର୍ଥନ ଜଣାଇବା ସହ ଶୋକବାର୍ତ୍ତା ପଠାଇଛନ୍ତି। ରୁଷ୍‍ ଦୂତାବାସ ଏଭଳି ଅମାନବୀୟ କାର୍ଯ୍ୟର ନିନ୍ଦା କରିବା ସହ ସାମୂହିକ ଭାବେ ଐକ୍ୟବଦ୍ଧ ହୋଇ ଏଭଳି ଆକ୍ରମଣର ମୁକାବିଲା କରିବା ପ୍ରତି ଗୁରୁତ୍ୱ ଆରୋପ କରିଛି। ଫ୍ରାନ୍ସ, ଆମେରିକା, ଜର୍ମାନୀ, ଅଷ୍ଟ୍ରେଲିଆ, ତୁର୍କୀ, କାନାଡା, ଓ ଚେକ୍‍ ସାଧାରଣତନ୍ତ୍ରର ରାଷ୍ଟ୍ରଦୂତମାନେ ଏହି ଆତଙ୍କବାଦୀ ଆକ୍ରମଣ ଘୋର ନିନ୍ଦା କରିଛନ୍ତି। ଆକ୍ରମଣ ପାଇଁ ଯେଉଁମାନେ ଦାୟୀ, ସେମାନଙ୍କ ପ୍ରତି ଦଣ୍ଡ ବିଧାନ ଲାଗି ଆହ୍ୱାନ ଦେଇଛନ୍ତି ଜାତିସଂଘ ସେକ୍ରେଟାରୀ ଜେନେରାଲ୍‍ ଆଣ୍ଟୋନିଓ ଗୁଟେରସ୍‍। ଶ୍ରୀ ଗୁଟେରସ୍‍ଙ୍କ ମୁଖପାତ୍ର ଷ୍ଟିଫାନି ଦୁଜାରିକ୍‍ ଆହତ ଯବାନମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟେଲିଫୋନ୍‍ କରି ଶୋକବାର୍ତ୍ତା ଜଣାଇଛନ୍ତି। ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‍ ହସିନା କୌଣସି ପ୍ରକାର ଆତଙ୍କବାଦୀ କାର୍ୟ୍ୟକଳାପକୁ ତାଙ୍କ ଦେଶ ବରଦାସ୍ତ କରିବ ନାହିଁ ବୋଲି କହିଛନ୍ତି। ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରିପାଳ ସିରିସେନା କହିଛନ୍ତି ସମଗ୍ର ବିଶ୍ୱ ଏଭଳି ନୃଶଂସ କାର୍ୟ୍ୟର ନିନ୍ଦା କରିବା ଉଚିତ ଓ ଏହାର ପୁନରାବୃତ୍ତିକୁ ରୋକିବା ଦିଗରେ ଫଳପ୍ରଦ ପଦକ୍ଷେପ ନେବା ଆବଶ୍ୟକ। ମାଳଦ୍ୱୀପ ରାଷ୍ଟ୍ରପତି ଇବ୍ରାହିମ୍‍ ମହମ୍ମଦ ସୋଲିହ୍‍ କହିଛନ୍ତି, ସମଗ୍ର ଅଞ୍ଚଳ ଓ ବିଶ୍ୱରୁ ଆତଙ୍କବାଦର ମୂଳୋତ୍ପାଟନ ଦିଗରେ ତାଙ୍କ ଦେଶ ଭାରତ ସହ ମିଶି କାର୍ଯ୍ୟ କରିବା ଜାରି ରଖିବ। ମିଳିତ ଆରବ ଏମିରେଟ୍‍ ବିଶ୍ୱ ନିରାପତ୍ତା ଓ ସ୍ଥିରତା ପ୍ରତି ବିପଦ ସୃଷ୍ଟି କରିଥିବା ସନ୍ତ୍ରାସବାଦର ମୂଳୋତ୍ପାଟନ ପାଇଁ ମିଳିତ ଉଦ୍ୟମ ଜାରି ରଖିବାକୁ ଆନ୍ତର୍ଜାତିକ ସଂପ୍ରଦାୟକୁ ଆହ୍ୱାନ ଦେଇଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories