www.samajalive.in
Saturday, December 13, 2025
14.1 C
Bhubaneswar

ନକଲି ଜାତି ପ୍ରମାଣପତ୍ର ଆଶଙ୍କା, ଆଦିବାସୀ ଦଳିତ ସେନାର ସାମ୍ବାଦିକ ସମ୍ମିଳନୀ

ସମ୍ବଲପୁର: ସମ୍ବଲପୁରର ସାମ୍ବାଦିକ ଭବନ ଠାରେ ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦ ଓ ସମ୍ବଲପୁର ଜିଲା ଆଦିବାସୀ ଦଳିତ ସେନା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ମିଳିତ ଭାବରେ ରାଜସ୍ୱ ମନ୍ତ୍ରୀଙ୍କ ବିନା ପଟ୍ଟାରେ ଜାତି ପ୍ରମାଣପତ୍ର ଦେବା ଘୋଷଣା ପ୍ରସଙ୍ଗରେ ସ୍ପଷ୍ଟିକରଣ ରଖାଯାଇଛି। ସାମ୍ବାଦିକ ସମ୍ମିଳନୀରେ ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦ ଅଧ୍ୟକ୍ଷ ନିହାଲ ସିଂ କହିଛନ୍ତି ଯେ, ଜାତି ପ୍ରମାଣପତ୍ର ପାଇବାରେ କୋୖଣସି ଅବହେଳା ପ୍ରଦର୍ଶନ ହେଉ ନାହିଁ। ଡକ୍ଟର ବିଆର ଆମ୍ବେଦକରଙ୍କ ସମ୍ବିଧାନ ଅନୁସାରେ ଜାତି ପ୍ରମାଣପତ୍ର ପଟ୍ଟା ନ ଥିଲେ ମଧ୍ୟ ଉକ୍ତ ଜାତିର ଲୋକମାନେ ପାଉଥିବା ଢେର ନଜିର ଅଛି। ଜମି ପଟ୍ଟା ନ ଥିଲେ ମଧ୍ୟ ଜାତି ସାର୍ଟିଫିକେଟ ଦେବା ପାଇଁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଘୋଷଣାରେ ଚାପ ବଶବର୍ତ୍ତୀ ହୋଇ ତହସିଲଦାର ମାନେ ନକଲି ଜାତି ସାର୍ଟିଫିକେଟ ଦେବାର ଆଶଙ୍କା ରହିଛି। ଏଥି ସ଼ହ ପଟ୍ଟା ପ୍ରଦାନ କରିବା ପାଇଁ ନିର୍ଦେଶ ଦିଅନ୍ତୁ।

ପୁଞ୍ଜିବାଦୀ ମାନେ ଲିଜରେ ନେଇଥିବା ଜମିକୁ ରାଜସ୍ୱ ବିଭାଗକୁ ଫେରସ୍ତ ନେଇ ତାଙ୍କ ଲିଜ୍ ବାତିଲ କରି ଦିର୍ଘ ବର୍ଷ ହେଲା ସମ୍ବଲପୁର, ବୁର୍ଲା ଓ ହୀରାକୁଦ ସ଼ହର ରେ ରହୁଥିବା ଭୁମିହିନ ମାନଙ୍କୁ ତୁରନ୍ତ ପଟ୍ଟା ପ୍ରଦାନ କରନ୍ତୁ। ବିଗତ ମନ୍ତ୍ରୀ ମାନଙ୍କ ଚାପରେ ଜଣେ ତହସିଲଦାର ନକଳି ଜାତି ପ୍ରମାଣପତ୍ର ଦେବା ପାଇଁ ବାଧ୍ୟ ହୋଇଥିଲେ। ସେହି ଘଟଣାର ପୁନରାବୃତ୍ତି ନ ଘଟିବା ପାଇଁ ମନ୍ତ୍ରୀ ସ୍ୱତନ୍ତ୍ର ଦୃଷ୍ଟି ଦିଅନ୍ତୁ। ସାମ୍ବାଦିକ ସମ୍ମିଳନୀରେ ସମ୍ବଲପୂର ଜିଲା ଆଦିବାସୀ ଦଳିତ ସେନା ସଭାପତି ସୁରେଶ ମୁଣ୍ଡା କହିଥିଲେ ଯେ, ଜାତି ପ୍ରମାଣପତ୍ର ପ୍ରଦାନରେ ଅବହେଳା ହେଉ ନାହିଁ। ଆମେ ଲେଖିକି ଦେଲେ ପ୍ରମାଣପତ୍ର ସହଜରେ ପାଉଛନ୍ତି। ଦିର୍ଘ ବର୍ଷ ହେବ ଆଦିବାସୀଙ୍କୁ ବିପିଏଲ କରି ଜମିକୁ ପୁଞ୍ଜିବାଦକୁ ଦିଆଯାଇଛି। ୪ ଡିସିମିଲ ପାଇଁ ଆବେଦନ କରିଥିଲେ ମଧ୍ୟ ଭୁମିହିନ କରି ରଖାଯିବା ଏକ ଦୁଃଖଦାୟକ ଘଟଣା। ବର୍ତ୍ତମାନ ରାଜସ୍ୱ ମନ୍ତ୍ରୀ ଏହା ଉପରେ ଅଧିକ ଦୃଷ୍ଟି ଦିଅନ୍ତୁ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ଶେଖ୍ ଇନ୍ତିଖାପ, ତିବିକ୍ରମ ସାହୁ, ଅମିନ ମହାନନ୍ଦ ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା,

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

Related Articles

Popular Categories