www.samajalive.in
Friday, December 12, 2025
15.1 C
Bhubaneswar

ବିଭିନ୍ନ ସମସ୍ୟା ନେଇ ବିକ୍ଷୋଭ ପ୍ରଦର୍ଶନ

କାମାକ୍ଷାନଗର: କାମାକ୍ଷାନଗର ଅଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଆଦି ସମସ୍ୟା ନେଇ ଏସୟୁସିଆଇ ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଏକ ୧୪ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି।

କାମାକ୍ଷାନଗର ଅଞ୍ଚଳରେ ରହିଥିବା ବିଭିର୍ନ୍ନ ସମସ୍ୟାକୁ ନେଇ ଏସ ୟୁ ସି ଆଇ ପକ୍ଷରୁ ଆହ୍ୱାନ କ୍ରମେ ଜିରୀଡମାଳି ଠାରେ ସମବେତ ହେବା ପରେ ସେଠାରୁ ଏକ ଶୋଭାଯାତ୍ରାରେ ବାହାରି ସ୍ଲୋଗାନ ଦେଇ ସହର ପରିକ୍ରମା କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ ନେତୃବର୍ଗ ବିଭିର୍ନ୍ନ ସମସ୍ୟା ନେଇ ଭାଷଣ ପ୍ରଦାନ କରିଥିଲେ।

- Advertisement -

ଏଥିରେ ମୁଖ୍ୟତଃ ଉପଖଣ୍ଡ ଚିକିତ୍ସାଳୟ ଅବ୍ୟବସ୍ଥା ମଧ୍ୟରେ ଥିବା ବେଳେ ଉପଖଣ୍ଡ ଚିକିତ୍ସାଧିକାରୀ ସରକାରୀ ଚିକିତ୍ସାଳୟରେ ରୋଗୀ ନଦେଖି ପରିସର ମଧ୍ୟରେ ଥିବା ନିଜ ବାସଭବନରେ ୩ ଶହ ଟଙ୍କା ଦେୟ ନେଇ ୩ରୁ ୪ ହଜାର ଟଙ୍କାର ଔଷଧ ଚିଠା ଲେଖିବା ଏବଂ ଚିକିତ୍ସାଳୟର ପରିଚାଳନାରେ ଅବ୍ୟବସ୍ଥା ସୃଷ୍ଟି କରିବା, ଉପଖଣ୍ଡର ୪ଟି ବ୍ଲକରେ ଶିକ୍ଷାର ଅବନତି, ଢେଙ୍କାନାଳ ଠାରୁ କାମାକ୍ଷାନଗର ଦେଇ ଆଦିବାସୀ ବହୁଳ କଙ୍କଡ଼ାହାଡ଼ ପର୍ଯ୍ୟନ୍ତ ରେଳ ଲାଇନ ସଂଯୋଗ, ସମସ୍ତ ଚାଷ ଜେମିକୁ ଜଳସେଚନ ବ୍ୟବସ୍ଥା , ପ୍ରତ୍ୟେକ ପରିବାରକୁ ପାନୀୟ ଜଳ ଯୋଗାଣ, ଜଙ୍ଗଲ ଅଞ୍ଚଳରେ ବସବାସ କରୁଥିବା ସମସ୍ତ ଅଧିବାସୀଙ୍କୁ ଜମି ପଟ୍ଟା ଓ ଘର ଡ଼ିହ ପଟ୍ଟା ପ୍ରଦାନ ସହିତ ଆବାସିକ ବିଦ୍ୟାଳୟ ସ୍ଥାପନ କରିବା ଆଦି ସମସ୍ୟା ଉପରେ ଆଲୋକପାତ କରିଥିଲେ। ପରେ ଏକ ଦାବିପତ୍ର ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଡେପୁଟି କଲେକ୍ଟର ଜ୍ୟୋତିରୁପା ଶତପଥୀଙ୍କୁ ପ୍ରଦାନ କରାଯାଇଥିଲା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories