କାମାକ୍ଷାନଗର: କାମାକ୍ଷାନଗର ଥାନା ଅନ୍ତର୍ଗତ କାନପୁରା ପଞ୍ଚାୟତର ଯନ୍ତରିବୋଲ ଗ୍ରାମରେ ବାଣ ଫୁଟି ୪ ଶିଶୁ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଶିଶୁମାନଙ୍କୁ ଘରକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି। ଗ୍ରାମରେ ବିବାହ ଶୋଭାଯାତ୍ରା ସମୟରେ ଏକ ବାଣ ଅଫୁଟା ରହିଯାଇଥିଲା। ପିଲାମାନେ ଖେଳୁଥିବା ସମୟରେ ବାଣଟିକୁ ପାଇଥିଲେ। ପରେ ସେମାନେ ତାହାକୁ ଫୁଟାଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ହଠାତ ବାଣ ଫୁଟିଯିବାରୁ ୪ ଜଣ ଶିଶୁଙ୍କ ଦେହରେ ବାଣ ନିଆଁ ପଡି ଯାଇଥିଲା।
Popular Categories



