www.samajalive.in
Sunday, December 14, 2025
16.1 C
Bhubaneswar

ଆମେରିକା ଅଧିକାରୀଙ୍କ ଖୁଲାସା- ‘ଯୁଦ୍ଧବିରତି ପାଇଁ ଭୟାଳୁ କୁକୁର ପରି ଲାଙ୍ଗୁଡ଼ ଜାକି ଦୌଡ଼ିଥିଲା ପାକିସ୍ତାନ’

ଓ୍ବାଶିଂଟନ୍‌: ଭାରତ ସହିତ ସଂଘର୍ଷ ପରେ ପାକିସ୍ତାନୀ ସେନା ତା’ର ଦେଶର ଜନସାଧାରଣଙ୍କୁ ବୋକା ବନାଇଥିଲା। ପାକ୍‌ ସେନା ଦାବି କରି କହିଥିଲା ​​ଯେ, ସେମାନେ ଯୁଦ୍ଧରେ ବିଜୟୀ ହୋଇଛନ୍ତି, କିନ୍ତୁ ସାରା ବିଶ୍ୱର ପ୍ରତିରକ୍ଷା ବିଶେଷଜ୍ଞମାନେ ସ୍ପଷ୍ଟ ଭାବେ କହିଛନ୍ତି ଯେ ଭାରତ ପାକିସ୍ତାନକୁ ଧୂଳି ଚଟାଇଛି ଏବଂ ପାକିସ୍ତାନୀ ବାୟୁସେନାର ଭାରତୀୟ ବାୟୁସେନା ସହ କୌଣସି ତୁଳନା ହିଁ ନଥିଲା। ଆଉ ଏବେ ପେଣ୍ଟାଗନର ପୂର୍ବତନ ଶୀର୍ଷ ଅଧିକାରୀ ମାଇକେଲ ରୁବିନ୍‌ ପାକିସ୍ତାନ ବିଷୟରେ ଆଉ ଏକ ଲଜ୍ଜାଜନକ ଖୁଲାସା କରିଛନ୍ତି। ମାଇକେଲ ଦାବି କରି କହିଛନ୍ତି ଯେ, ଭାରତ ପାକିସ୍ତାନର ଆକ୍ରମଣକୁ ନିରର୍ଥକ ପ୍ରମାଣିତ କରିଦେଇଛି ଏବଂ ସାମରିକ ଘାଟି ଉପରେ ଆକ୍ରମଣ ପରେ ପାକିସ୍ତାନ ଏତେ ଭୟଭୀତ ହୋଇଯାଇଥିଲା ଯେ, ଏକ ଭୟାଳୁ କୁକୁର ପରି ଲାଙ୍ଗୁଡ଼ ଜାକି ଯୁଦ୍ଧବିରତି ଦାବି କରିଥିଲା।

‘ଉଭୟ କୂଟନୈତିକ ଏବଂ ସାମରିକ ଦୃଷ୍ଟିରୁ ବିଜୟୀ ହୋଇଛି ଭାରତ’

- Advertisement -

ଏକ ସମ୍ବାଦ ସରବରାହ ସଂସ୍ଥା ସହ ଆଲୋଚନା ସମୟରେ ମାଇକେଲ ରୁବିନ୍‌ କହିଛନ୍ତି ଯେ, ‘‘ପାକିସ୍ତାନୀ ସେନା ଏହି ସତ୍ୟକୁ ଏଡ଼ାଇ ପାରିବେ ନାହିଁ ଯେ, ସେମାନେ ଶୋଚନୀୟ ଭାବେ ପରାସ୍ତ ହୋଇଛନ୍ତି। ଉଭୟ କୂଟନୈତିକ ଏବଂ ସାମରିକ ଦୃଷ୍ଟିରୁ ପାକିସ୍ତାନ ବିରୁଦ୍ଧରେ ଲଢ଼େଇରେ ଭାରତ ବିଜୟୀ ହୋଇଛି ଏବଂ ଏବେ ସମସ୍ତଙ୍କ ଧ୍ୟାନ ପାକିସ୍ତାନର ଆତଙ୍କବାଦକୁ ପ୍ରୋତ୍ସାହନ ଦେବା ଉପରେ କେନ୍ଦ୍ରିତ ହୋଇଛି।’’ ମାଇକେଲ ରୁବିନ୍ ପାକିସ୍ତାନକୁ ଆଇନା ଦେଖାଇ କହିଛନ୍ତି ଯେ, ‘ପାକିସ୍ତାନୀ ସେନା ଅଧିକାରୀମାନେ ଆତଙ୍କବାଦୀଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ, ଯାହା ଦର୍ଶାଉଛି ଯେ ପାକିସ୍ତାନୀ ସଶସ୍ତ୍ର ବାହିନୀ, ଆତଙ୍କବାଦୀ କିମ୍ବା ଆଇଏସଆଇ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ଏଭଳି ସ୍ଥିତିରେ ପାକିସ୍ତାନ ଉପରେ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚାପ ପଡ଼ିବ। ଭାରତର ଆଭିମୁଖ୍ୟ ପାକିସ୍ତାନକୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି।’’

‘ଯୁଦ୍ଧବିରତି ପାଇଁ ଏଣେତେଣେ ଦୌଡ଼ୁଥିଲା ପାକିସ୍ତାନ’

ମାଇକେଲ ରୁବିନ୍ କହିଛନ୍ତି ଯେ, ‘‘ଭାରତ ସହ ପ୍ରତ୍ୟେକ ଥର ଯୁଦ୍ଧ ଆରମ୍ଭ କରିଛି ପାକିସ୍ତାନ ଏବଂ ସେ ଏହି ଭ୍ରମରେ ଥାଏ ଯେ ଭାରତ ବିରୋଧୀ ଯୁଦ୍ଧରେ ସେ ବିଜୟୀ ହେବ। ପାକିସ୍ତାନକୁ ଏହା ପ୍ରମାଣ କରିବା ମଧ୍ୟ ବହୁତ କଷ୍ଟକର ହେବ ଯେ, ନିକଟରେ ୪ ଦିନିଆ ଯୁଦ୍ଧରେ ସେ ବିଜୟୀ ହୋଇଛି, କାରଣ ଭାରତ ସଠିକ୍ ଏବଂ ସୁଚିନ୍ତିତ ଉପାୟରେ ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରିଛି। ପାକିସ୍ତାନ ଜବାବ ଦେବାକୁ ଯେତେବେଳେ ଆକ୍ରମଣ କଲା, ସେତେବେଳେ ଭାରତ ତା’ର ପ୍ରତ୍ୟେକ ଆକ୍ରମଣକୁ ବିଫଳ କରିଦେଲା। ଏହାପରେ ପାକିସ୍ତାନ ଭୟଭୀତ କୁକୁର ପରି ଲାଙ୍ଗୁଡ଼ ଜାକି ଯୁଦ୍ଧବିରତି ପାଇଁ ଦୌଡ଼ିଲା।’’

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories