www.samajalive.in
Saturday, December 13, 2025
23.1 C
Bhubaneswar

ଦୁର୍ଘଟଣା : ୪୦ ଫୁଟ ଘାଟି ତଳୁ ବାଇକ୍‍ ସହ ୨ ମୃତଦେହ ଉଦ୍ଧାର

ମୋହନା : ଗଜପତି ଜିଲା ମୋହନା ଥାନା ଅଞ୍ଚଳରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ସମୟ ପ୍ରାୟ ରାତି ୧୧ଟା ସମୟରେ ଦୁଇ ବାଇକ୍‍ ଆରୋହୀ ମୋହନା ନିକଟସ୍ଥ ନିଜୁମା ଘାଟି ଦେଇ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଏକ ଗଛକୁ ଧକ୍କା ଦେଇ ୪୦ ଫୁଟ ଘାଟି ତଳକୁ ଛିଟିକି ପଡିଥିଲେ। ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକ ଦୁଇଜଣ ହେଲେ ଗଞ୍ଜାମ ଜିଲା ବଡ଼ଗଡ଼ ଥାନା ଅନ୍ତର୍ଗତ ବଳରାମପୁର ପଞ୍ଚାୟତର ଏବିଜନ ମଣ୍ଡଳ (୨୩) ଓ ମୋହନା ଥାନା ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତ ସ୍ଥିତ ହିଚାଗାନ୍ଧୀ ଗ୍ରାମର ରବି ରଇତ (୨୨)।

ଖବରପାଇବା ପରେ ନିଜୁମା ଗ୍ରାମାବାସୀ, ସାମ୍ବାଦିକ ଓ ମୋହନା ଥାନା ସବଇନିସପେକ୍ଟର ହେମନ୍ତ ସେଠୀ, ଏଏସଆଇ ସି.ଏଚ.କାମରାଜୁ ରେଡି ଘଟଣାସ୍ଥଳରେ ପହଞ୍ଚି ଦୁହିଙ୍କ ମୃତଦେହ ଜବତ କରିଥିଲେ। ତେବେ ଦୁଇ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ମେଡିକାଲ ପଠାଯାଇଥିବା ଥାନାଅଧିକାରୀ ପ୍ରଶାନ୍ତ କୁମାର ବେହେରା ସୂଚନା ଦେଇଛନ୍ତି।

Hot this week

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

Related Articles

Popular Categories