www.samajalive.in
Sunday, December 7, 2025
16.1 C
Bhubaneswar

ଆକର୍ଷଣୀୟ ଲୁକ୍‌ ସହ ମୋଟୋରୋଲା ଆଣିଲା ଏହି ଫୋନ୍‌, ଜାଣନ୍ତୁ ଦାମ୍‌ ଓ ଫିଚର..

ନୂଆଦିଲ୍ଲୀ : ପୁଣି ବଜାରକୁ ଆସିଛି ମୋଟୋରୋଲା ଫୋଲ୍ଡେବଲ୍ ସ୍ମାର୍ଟଫୋନ୍। ଏହାର ନୂତନ ଫୋନ୍, Razr 60 Ultra ଶୀର୍ଷରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି। ଏହି ଫୋନ୍ କେବଳ ଡିଜାଇନ୍ ପାଇଁ ନୁହେଁ ବରଂ ଏହା କାର୍ଯ୍ୟକରିବା ଶୈଳୀ, ଡିସପ୍ଲେ , ତିଆରି ଶୈଳୀ ପାଇଁ ମଧ୍ୟ ଜଣାଶୁଣା। ଏହି ଫୋନ୍‌ରେ ଏକ ୭-ଇଞ୍ଚର ସୁପର HD LTPO AMOLED ସ୍କ୍ରିନ୍ ଅଛି, ଯାହା ୧୬୫ ଏଚଜେଡ୍‌ ରିଫ୍ରେସ୍ ରେଟ୍, ଗେମିଂ ପାଇଁ ଦ୍ରୁତ ଟଚ୍ ରେସପନ୍ସ (୧୩୦ ଏଚଜେଡ୍‌ /୩୦୦ ଏଚଜେଡ୍‌) ଏବଂ ୪,୫୦୦ ନିଟସ୍‌ରର ସର୍ବାଧିକ ଉଜ୍ଜ୍ୱଳତା ସହିତ ଆସିଥାଏ। ସ୍କ୍ରିନଟି କର୍ଣ୍ଣିଂ ଗୋରିଲା ଗ୍ଲାସ ସେରାମିକ୍ ଦ୍ୱାରା ସୁରକ୍ଷିତ ଏବଂ ଡଲବି ଭିଜନକୁ ସମର୍ଥନ କରେ, ଯାହା ଭିଡିଓ ଦେଖିବା ଅଭିଜ୍ଞତାକୁ ଆହୁରି ଉନ୍ନତ କରିଥାଏ।

ଫୋନ୍‌ର ଲୁକ୍‌ ମଧ୍ୟ ବେଶ ଆକର୍ଷଣୀୟ । ଏଥିରେ ଏକ ୪-ଇଞ୍ଚ AMOLED କଭର ଡିସପ୍ଲେ ଅଛି ଯାହାର ରିଜୋଲ୍ୟୁସନ୍ ୧,୨୭୨ x ୧,୦୮୦ ଏବଂ ଉଜ୍ଜ୍ୱଳତା ୩,୦୦୦ ନିଟ୍ ପର୍ଯ୍ୟନ୍ତ ଯାଏ। ଏହି ସ୍କ୍ରିନ୍ ନୋଟିଫିକେସନ୍‌ ପଢ଼ିବା, ଶୀଘ୍ର ଉତ୍ତର ଦେବା ଏବଂ ୱିଜେଟ୍ ବ୍ୟବହାର କରିବା ପାଇଁ ଉପଯୁକ୍ତ।

- Advertisement -

ଫୋନ୍‌ ବିଷୟରେ କହିବାକୁ ଗଲେ, Razr 60 Ultra ହେଉଛି ବିଶ୍ୱର ପ୍ରଥମ ଫ୍ଲିପ୍ ଫୋନ୍ ଯାହା Qualcommର ନୂତନତମ Snapdragon 8 Elite ପ୍ରୋସେସର ସହିତ ସଜ୍ଜିତ। ଏଥିରେ ୧୬ ଜିବି ର‌୍ୟାମ୍‌ (ଏଲପିଡିଡିଆର୫ଏକ୍ସ) ଏବଂ ୫୧୨ ଜିବି ଷ୍ଟୋରେଜ୍‌ ଅଛି। ଏହି ଫୋନ୍‌ଟି ଆଣ୍ଡରଏଡ୍‌ ୧୫ରେ ଏବଂ କମ୍ପାନୀ ୩ ବର୍ଷର ଓଏସ ଅପଡେଟ୍ ଏବଂ ୪ ବର୍ଷର ସୁରକ୍ଷା ଅପଡେଟ୍ ର ଦାବି କରିଥାଏ ।

ଡିଜାଇନ୍ ଦୃଷ୍ଟିରୁ ଏହି ଫୋନ୍ ସମ୍ପୂର୍ଣ୍ଣ ପ୍ରିମିୟମ୍। ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ ଏବଂ ଫୋନ୍ ବାରମ୍ବାର ଫୋଲ୍ଡ ହେଲେ ମଧ୍ୟ ସ୍କ୍ରିନରେ କ୍ରିଜ୍ କମ୍ ଦେଖାଯାଏ। ଏହି ଫୋନ୍ ତିନୋଟି ଚମତ୍କାର ରଙ୍ଗରେ ଉପଲବ୍ଧ – ରିଓ ରେଡ୍, ସ୍କାରାବ ଗ୍ରୀନ୍ ଏବଂ ଉଡ୍ ବ୍ରାଉନ୍। ଏହି ଫୋନଟି ଆଇପି୪୮ ରେଟିଂ ସହିତ ଆସିଥାଏ, ଯାହାର ଅର୍ଥ ଏହା ହାଲୁକା ଧୂଳି ଏବଂ ପାଣି ଛିଟାରୁ ସୁରକ୍ଷିତ।

ବ୍ୟାଟେରୀ ବିଷୟରେ କହିବାକୁ ଗଲେ, ଏଥିରେ ୪,୭୦୦ ଏମଏଏଚ ବ୍ୟାଟେରୀ ଅଛି ଯାହା ୬୮ ୱାଟ୍‌ ଫାଷ୍ଟ ଚାର୍ଜିଂ, ୩୦ ୱାଟ୍‌ ୱାୟାରଲେସ୍ ଚାର୍ଜିଂ ଏବଂ ୫ ୱାଟ୍‌ ରିଭର୍ସ ୱାୟାରଲେସ୍ ଚାର୍ଜିଂକୁ ସପୋର୍ଟ କରେ।
ଏହି ଫୋନ୍‌ରେ ପଛପଟେ ଡୁଆଲ୍ ୫୦ଏମ୍‌ପି କ୍ୟାମେରା ସେଟଅପ୍ ଅଛି ଏବଂ ୫୦ଏମ୍‌ପି ଅଲ୍ଟ୍ରା-ୱାଇଡ୍ କ୍ୟାମେରା ମଧ୍ୟ ଦିଆଯାଇଛି। ସେଲଫି ପାଇଁ ଫୋନରେ ୫୦ଏମ୍‌ପି ଫ୍ରଣ୍ଟ କ୍ୟାମେରା ମଧ୍ୟ ଅଛି, ଯାହା ଉଚ୍ଚମାନର ଫଟୋ ଦେବ।

ଫୋନ୍‌ର ଦାମ୍‌ ବିଷୟରେ କହିବାକୁ ଗଲେ, ଏହାର ମୂଲ୍ୟ ଭାରତରେ ୮୯,୯୯୯ ଟଙ୍କା ରଖାଯାଇଛି। ଏହି ଫୋନ୍ ୨୧ ମେ’ ୨୦୨୫ରୁ ବିକ୍ରୟ ପାଇଁ ଉପଲବ୍ଧ ହେବ ଏବଂ ଏହାକୁ ଆମାଜନ୍‌ ଏବଂ ମୋଟୋରୋଲାର ଅଫିସିଆଲ୍ ୱେବସାଇଟରୁ କିଣାଯାଇପାରିବ। କମ୍ପାନୀ ପକ୍ଷରୁ ଏକ ନୋ କଷ୍ଟ ଇଏମ୍‌ଆଇ ବିକଳ୍ପ ମଧ୍ୟ ଅଛି, ଯାହା ପ୍ରତି ମାସରେ ୭,୫୦୦ ଟଙ୍କାରୁ ଆରମ୍ଭ ହେଉଛି।

ମହାଚଳନ ; ଶୁକ୍ର କରିବେ ଏହି ରାଶିଙ୍କୁ ମାଲାମାଲ୍‌, ହଠାତ୍‌ ହେବେ ଧନୀ, ହେବ ବିବାହ, କିଣିବେ ଘର, ଗାଡି..

ଭୂତ ଫିଲ୍ମର ଦୃଶ୍ୟରୁ କମ୍‌ ନୁହେଁ; ଦେଖନ୍ତୁ ଭିଡିଓ, ରେସ୍ତୋରାଁରେ ଖାଉଥିଲେ ଲୋକେ, ହଠାତ୍‌ ହେଲା ଏମିତି..

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories