www.samajalive.in
Saturday, December 6, 2025
23.1 C
Bhubaneswar

ଅପରେସନ୍ ସିନ୍ଦୂର ପାଇଁ ପରାକ୍ରମ ଶୋଭାଯାତ୍ରା

ଭୁବନେଶ୍ବର : ଭାରତ ପାକିସ୍ତାନ ବିରୋଧରେ ‘ଅପରେସନ୍‌ ସିନ୍ଦୂର’ରେ ଭାରତୀୟ ସେନାର ସଫଳତାକୁ କୃତଜ୍ଞତା ସହିତ ସମର୍ଥନ ଜଣାଇଛନ୍ତି ରାଜ୍ୟ ସରକାର। ସେନାର ମନବଳ ସୁଦୃଢ଼ ପାଇଁ ସରକାରଙ୍କ ପକ୍ଷରୁ ଆସନ୍ତାକାଲି କଳିଙ୍ଗ ଷ୍ଟାଡ଼ିୟମରୁ ଏକ ମୋଟରସାଇକଲ (ତ୍ରିରଙ୍ଗା) ଶୋଭାଯାତ୍ରାର ଆୟୋଜନ କରାଯାଇଛି। ଆଜି ସକାଳେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ପତାକା ଦେଖାଇ ଏହାର ଉଦ୍‌ଘାଟନ କରିଛନ୍ତି।  ରାଜ୍ୟ ସଚିବାଳୟ ସେବାର ସମସ୍ତ କର୍ମଚାରୀ କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ହୋଇଥିବା ମୋଟରସାଇକେଲ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି।  ସମସ୍ତ କର୍ମଚାରୀ ହେଲମେଟ୍ ପରିଧାନ ସହିତ ଜାତୀୟ ପତାକା ଧରି ଏହି ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି।  ଭାରତୀୟ ରେଡକ୍ରସ୍‌ ସୋସାଇଟି, ‌ ଏନ୍‌ସିସି, ଏନ୍ଏସ୍ଏସ୍, ଭାରତ ସ୍କାଉଟ୍ସ ଆ ଣ୍ଡ ଗାଇଡ୍ସ ଏବଂ ଉଚ୍ଚ ଶିକ୍ଷା ବିଭାଗର ସ୍ବେଚ୍ଛାସେବୀ ମାନେ ମଧ୍ୟ ଯୋଗ ଦେଇଛନ୍ତି। ଭାରତ ପାକିସ୍ତାନ ବିରୋଧରେ ‘ଅପରେସନ୍‌ ସିନ୍ଦୂର’ରେ ଭାରତୀୟ ସେନାର ସଫଳତାକୁ କୃତଜ୍ଞତା ସହିତ ସମର୍ଥନ ଜଣାଇଛନ୍ତି ରାଜ୍ୟ ସରକାର।

Hot this week

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

Related Articles

Popular Categories