www.samajalive.in
Friday, December 5, 2025
20.1 C
Bhubaneswar

ଜଳୁଛି ସାରା ଓଡିଶା : ଆଜି ୧୮ ଜିଲ୍ଲାକୁ କାଳବୈଶାଖୀ ସତର୍କତା

ଭୁବନେଶ୍ୱର : ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ମଙ୍ଗଳବାର ଦକ୍ଷିଣ ବଙ୍ଗୋପସାଗର, ଦକ୍ଷିଣ ଆଣ୍ଡାମାନ ସାଗର, ନିକୋବର ଦୀପପୁଞ୍ଜ ଓ ଉତ୍ତର ଆଣ୍ଡାମାନ ସାଗରର କେତେକ ଅଞ୍ଚଳକୁ ଛୁଇଁଛି। ଏହାର ପ୍ରଭାବରେ ଗତ ଦୁଇ ଦିନ ହେଲା ନିକୋବର ଦ୍ବୀପପୁଞ୍ଜରେ ହାଲୁକାରୁ ପ୍ରବଳ ବର୍ଷା ହୋଇଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ସୂଚନା ଦେଇଛି। ମୌସୁମୀ ଆସନ୍ତା ୨୭ ତାରିଖ ସୁଦ୍ଧା କେରଳ ଛୁଇଁବା ସମ୍ଭାବନା ରହିଛି। ଏହାର ୧୦-୧୫ ଦିନ ମଧ୍ୟରେ ଓଡ଼ିଶା ଛୁଇଁପାରେ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି। ଅନ୍ୟପକ୍ଷରେ ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଛି। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ୧୧ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ଼ ହୋଇଛି। ଝାରସୁଗୁଡ଼ାରେ ତାପମାତ୍ରା ରାଜ୍ୟରେ ସବୁଠୁ ଅଧିକ ୪୩ ଡିଗ୍ରୀ ରେକର୍ଡ଼ ହୋଇଥିବାବେଳେ ସମ୍ବଲପୁରରେ ୪୨.୨, ଟିଟିଲାଗଡ଼ରେ ୪୨, ବରଗଡ଼ ୪୧.୮, ଭବାନୀପାଟଣା ଏବଂ ବଲାଙ୍ଗୀରରେ ୪୧.୫ ଡିଗ୍ରୀ ଲେଖାଏଁ, ବୌଦ୍ଧରେ ୪୧.୨, ସୁବର୍ଣ୍ଣପୁରରେ ୪୧, ହୀରାକୁଦରେ ୪୦.୬, ନୂଆପଡ଼ା ଏବଂ ମାଲକାନଗିରିରେ ୪୦ ଡିଗ୍ରୀ ଲେଖାଏଁ ରେକର୍ଡ଼ ହୋଇଛି। ପରବର୍ତ୍ତୀ ୩ ଦିନରେ ସର୍ବାଧିକ ତାପମାତ୍ରା ୨-୩ ଡିଗ୍ରୀ ବୃଦ୍ଧି ପାଇବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।
ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅନୁଗୋଳ, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଭବାନୀପାଟଣା, ବଲାଙ୍ଗୀର, ଟିଟିଲାଗଡ଼, ମାଲକାନଗିରି, ସୁବର୍ଣ୍ଣପୁର, ବୌଦ୍ଧ, ପାରଳାଖେମୁଣ୍ଡି, ଭଦ୍ରକ, ଯାଜପୁର, ଢେଙ୍କାନାଳ, ବରଗଡ଼, ନୂଆପଡ଼ା ଓ ରାଉରକେଲାରେ ତାପାମତ୍ରା ୪୦ ଡିଗ୍ରୀ କିମ୍ବା ତା’ ଉପରେ ରହିପାରେ। ଗତ ୨୪ ଘଣ୍ଟାରେ କାଳବୈଶାଖୀ ପ୍ରଭାବରେ କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଛି। ଗଛ ଉପୁଡ଼ି ରାସ୍ତା ଅବରୋଧ ହେବାରୁ ଯାତାୟାତ ପ୍ରଭାବିତ ହୋଇଛି। କେନ୍ଦୁଝରରେ ସର୍ବାଧିକ ୬୩.୧ ମି.ମି., ଭଦ୍ରକରେ ୨୮.୫ ମି.ମି, ନୂଆପଡ଼ାରେ ୨୩.୪ ମି.ମି. ବର୍ଷା ହୋଇଛି। ୧୪ରୁ ୧୫ ତାରିଖ ମଧ୍ୟରେ ୧୮ ଜିଲାରେ କାଳବୈଶାଖୀ ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲାରେ ୪୦-୫୦ କିମି ବେଗରେ ପବନ ବହିବା ସହିତ ବିଜୁଳି , ଘଡ଼ଘଡ଼ି ସହ ଝଡ଼ବର୍ଷା ସମ୍ଭାବନା ରହିଛି। ପୁରୀ, ଖୋର୍ଦ୍ଧା, ନୟାଗଡ଼, ନବରଙ୍ଗପୁର, କନ୍ଧମାଳ, ଭଦ୍ରକ, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବଲାଙ୍ଗୀର, କଳାହାଣ୍ଡି ଏବଂ କଟକ ଜିଲାରେ ୩୦-୪୦ କିମି ବେଗରେ ପବନ ବହିବା ସହ ବିଜୁଳି ଘଡ଼ଘଡ଼ି ଓ ବର୍ଷା ସମ୍ଭାବନା ଥିବାରୁ ଏସବୁ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଅନ୍ୟପକ୍ଷରେ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲାରେ ଉଷ୍ଣ ଓ ଆର୍ଦ୍ର ସ୍ଥିତି ରହିବା ସମ୍ଭାବନା ଥିବାରୁ ଏସବୁ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories