www.samajalive.in
Saturday, December 13, 2025
26.1 C
Bhubaneswar

ସମସ୍ୟା ଘେରରେ ଅତାବିରା କଲେଜ ଛାତ୍ରୀ ନିବାସ

ରେଙ୍ଗାଲିକ୍ୟାମ୍ପ: ଅତାବିରା ମହାବିଦ୍ୟାଳୟ ସର୍ବ ପୁରାତନ ଶିକ୍ଷା କେନ୍ଦ୍ର ହୋଇଥିବା ସହ ୫୩ ନଂ ଜାତୀୟ ରାଜପଥ କଡ଼ରେ ରହିଥିବାରୁ ସୁଦୂର ନୂଆଁପଡ଼ା ଜିଲ୍ଲାରୁ ଆରମ୍ଭ କରି ସୋନପୁର, ସୁନ୍ଦରଗଡ, ସମ୍ବଲପୁର, ବରଗଡ଼ ଭଳି ବହୁ ସ୍ଥାନରୁ ଛାତ୍ରୀମାନେ ଏଠାରେ ଅଧ୍ୟୟନ କରିଥାନ୍ତି। ହେଲେ ଏଠାରେ ରହିଥିବା ଛାତ୍ରୀ ନିବାସଟି ଦୀର୍ଘ ଦିନ ହେଲା ସମସ୍ୟା ଘେରରେ ରହିଛି। ମୁଖ୍ୟତଃ ଖରାର ତାତି, ବର୍ଷା ପାଣି ସହ ଶୌଚାଳୟ ସମସ୍ୟା ଭଳି ସମସ୍ୟା ଯୋଗୁଁ ଛାତ୍ରୀ ମାନେ ଅତିଷ୍ଟ ହୋଇ ପଡନ୍ତି। କିଛି ଛାତ୍ରୀ ଏହି କଲେଜ୍ ଛାତ୍ରୀ ନିବାସକୁ ଛାଡ଼ି ଅତାବିରାରେ ଗଢି ଉଠିଥିବା ପ୍ରାଇଭେଟ୍ ଚେମ୍ବରମାନଙ୍କରେ ଆଶ୍ରୟ ନେଉଛନ୍ତି। ସେମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଥାନ୍ତି। କଲେଜ୍ ପରିସରରେ +୨ ଓ +୩ ଛାତ୍ରୀ ମାନଙ୍କ ପାଇଁ ଦୁଇଟି ନିବାସ ରହିଛି। ଆଜକୁ ଦୀର୍ଘ ୧୫ ବର୍ଷ ହେଲା ଏହି ଛାତ୍ରୀ ନିବାସରେ ଛାତ୍ରୀମାନେ ରହି ଆସୁଥିଲେ ସୁଦ୍ଧା ମରାମତି ଓ ରକ୍ଷଣାବେକ୍ଷଣର ଅଭାବ ଯୋଗୁଁ ଛାତରୁ ପାଣି ଝରୁଥିବା ବେଳେ ଅସହ୍ୟ ଖରା ତାତିରେ ଆଉଟୁ ପାଉଟୁ ହେଉଛନ୍ତି। ଏପରିକି ଛାତ୍ରୀମାନଙ୍କ ତୁଳନାରେ ଆବଶ୍ୟକ ପରିମାଣର ଶୌଚାଳୟ ନାହିଁ।
ପ୍ରକାଶ ଥାଉ କି ଏହି ଛାତ୍ରୀ ନିବାସରେ ପାଚେରୀ କାନ୍ଥ ପଡ଼ି ଅଳ୍ପକେ ଛାତ୍ରୀମାନେ ବର୍ତ୍ତି ଯାଇଥିଲେ । ତଥାପି ମଧ୍ୟ ଏଯାବତ୍ ଛାତ୍ରୀ ନିବାସ ଅସୁରକ୍ଷିତ ରହିଛି । ଛାତ୍ରୀ ନିବାସ ଭିତରେ ସାମାନ୍ୟ ବର୍ଷା ହେଲେ ଆଣ୍ଠୁଏ ପାଣି ଜମି ରହି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରିବା ସହ ବିଷାକ୍ତ ସରୀସୃପ ମାନଙ୍କ ଆଶ୍ରୟ ସ୍ଥଳୀ ପାଲଟି ଥିବାରୁ ଛାତ୍ରୀମାନେ ସୁରକ୍ଷିତ ମଣୁ ନାହାନ୍ତି। ତୁରନ୍ତ ଏଦିଗରେ କଲେଜ ଖୋଲିବା ପୂର୍ବରୁ ଉଚ୍ଚ ଶିକ୍ଷା ବିଭାଗ ତଥା ସରକାର ଦୃଷ୍ଟି ଦେଇ ଏହାର ମରାମତି ସହ ବିହୀତ ବ୍ୟବସ୍ଥା କରିବା ନେଇ ଅଭିଭାବକ ମହଲରେ ଦାବି ହେଉଛି ।

୧୮ ମାସ ପରେ କେତୁ ଚଳନ : ଏହି ରାଶି ହେବେ ମାଲାମାଲ୍‌, ଖାଲି ମିଳିବ ଖୁସି, ବଢିବ ଦରମା, କିଣିବେ ଘର, ଗାଡି..

ଭୋଜି ଖାଇବୁ ମାନେ ଖାଇବୁ.. ଦେଖନ୍ତୁ ଭିଡିଓ; ବିବାହ ଭୋଜି ବେଳେ ହଠାତ୍‌ ବର୍ଷା ହେବା ପରେ ଲୋକେ କଲେ ଏମିତି..

- Advertisement -

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories