www.samajalive.in
Monday, December 8, 2025
13.1 C
Bhubaneswar

ଗଞ୍ଜାମ ପୁଲିସର ସ୍ୱତନ୍ତ୍ର ଡ୍ରାଇଭ: ୧୦ ଦିନରେ ଦୁଇଟି ବଡ଼ ସଫଳତା, ୨ୟ ପର୍ଯ୍ୟାୟରେ ୨୦ ଗିରଫ

ଛତ୍ରପୁର : ଗଞ୍ଜାମ ପୁଲିସ ଜିଲ୍ଲାରେ ଅପରାଧିଙ୍କୁ ଦମନ କରିବା ତଥା ଜିଲ୍ଲାକୁ ଅପରାଧ ମୁକ୍ତ କରିବା ପାଇଁ ପୁଲିସ ପକ୍ଷରୁ ଜିଲ୍ଲାରେ ଚାଲିଛି ସ୍ୱତନ୍ତ୍ର ଡ୍ରାଇଭ। ଏବେ ଦ୍ବିତୀୟ ପର୍ଯ୍ୟାୟରେ ଗଞ୍ଜାମ ପୁଲିସ ଜିଲ୍ଲାର ପୋଲସରା, ଆସ୍କା, ହିଞ୍ଜିଳିକାଟୁ ଓ କୋଟିନଡ଼ା ଥାନା ଅଞ୍ଚଳରୁ ୨୦ ଜଣ ଅପରାଧୀଙ୍କୁ ଗିରଫ କରିଛି ପୁଲିସ। ଏହାସହ ୮ଟି ବନ୍ଧୁକ, ୨୩ଟି ମୋବାଇଲ ଫୋନ, ୩୧ଟି ଗୁଳି, ୧୨ଟି ଖୋଖା ଜବତ କରିଛି ପୁଲିସ। ଗିରଫ ଅଭିଯୁକ୍ତମାନେ ହେଲେ କୋଟିନଡ଼ା ଥାନାଞ୍ଚଳର ରାମ ଗୌଡ଼, ପିଣ୍ଟୁ ଗୌଡ଼, ରାଜୁ ଜେନା, ସନ୍ତୋଷ କୁମାର ବେହେରା, ଗଣେଶ ନାହାକ, ପିଣ୍ଟୁ ବେହେରା, ରାଜେଶ ମହାରଣା ଓ ପ୍ରତାପ କୁମାର ଜେନା, ଆସିକା ଥାନା ଅଞ୍ଚଳର ଘନଶ୍ୟାମ ବେହେରା, ଦୀପକ ପୃଷ୍ଟି, ଅଜିତ ପଲେଇ, ଟୁକୁନା ବାରିକ, ଶିବ ପ୍ରସାଦ ଦାସ, ହିଞ୍ଜିଳି ଥାନା ଅଞ୍ଚଳର ଚିଣ୍ଟୁ ଦାସ, ରାଜା ଗୌଡ଼, ହୀନ ସାମଲ, ରାକେଶ ମହାପାତ୍ର ଓ ଗୋବିନ୍ଦ ବେହେରା। ସେହିପରି ପୋଲସରା ଥାନା ଅଞ୍ଚଳର କୃଷ୍ଣ ଚନ୍ଦ୍ର ବେହେରା, ରାଜା ସେଠୀ। ଏମାନଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ନେଇ ମଙ୍ଗଳବାର ଗଞ୍ଜାମ ଏସପିଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର। ଗିରଫ ଅଭିଯୁକ୍ତମାନଙ୍କ ନାଁରେ ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଛି।

ଚଳିତ ମାସ ୪ ତାରିଖରେ ସ୍ୱତନ୍ତ୍ର ଡ୍ରାଇଭ କରି ୬ଟି ଥାନା ଅଞ୍ଚଳରୁ ୧୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ସେମାନଙ୍କଠାରୁ ୧୭ଟି ବନ୍ଧୁକ, ୧୬ଟି ମୋବାଇଲ ଫୋନ, ୬୬ଟି ଗୁଳି ଏବଂ ୪ଟି ଖୋକାକୁ ମଧ୍ୟ ପୁଲିସ ଜବତ କରିଥିଲା। ୧୦ ଦିନ ମଧ୍ୟରେ ଦୁଇ ଥରରେ ୩୮ ଗିରଫ, ୯୭ ଗୁଳି, ୩୯ ମୋବାଇଲ ଫୋନ, ୨୫ ବନ୍ଧୁକ ଜବତ ହୋଇଛି। ଏହି ସ୍ୱତନ୍ତ୍ର ଡ୍ରାଇଭ ଆଗକୁ ଚାଲୁ ରହିବ ଏବଂ ଆହୁରି ଅପରାଧୀଙ୍କୁ ଗିରଫ କରାଯିବ ବୋଲି ଆଇଜି କହିଛନ୍ତି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories