www.samajalive.in
Monday, December 15, 2025
26.1 C
Bhubaneswar

ଅପରେସନ ‘ସିନ୍ଦୂର’ ପରେ ୧୫ ଲକ୍ଷ ସାଇବର ଆଟାକ କଲେଣି ପାକିସ୍ତାନୀ ହ୍ୟାକର୍ସ

ସମାଜ ଡିଜିଟାଲ ଡେସ୍କ: ପହଲଗାଓଁ ଆକ୍ରମଣ ପରେ ଆତଙ୍କବାଦୀଙ୍କ ବିରୋଧରେ ଭାରତ ଆରମ୍ଭ କରିଥିବା ଅପରେସନ ‘ସିନ୍ଦୂର’ ପାକିସ୍ତାନ ସରକାରଙ୍କ ନିଦ ହଜାଇ ଦେଇଛି। ଅସ୍ତ୍ର ଯୁଦ୍ଧରେ ପାକିସ୍ତାନ ଭାରତକୁ ପରାସ୍ତ କରିବାରେ ବିଫଳ ହୋଇଛି। ତେଣୁ ଭାରତକୁ ଦୁର୍ବଳ କରିବା ଲାଗି ପାକିସ୍ତାନ ବର୍ତ୍ତମାନ ହ୍ୟାକର୍ସଙ୍କ ସାହାରା ନେଇଛି। ଅପରେସନ ସିନ୍ଦୂର ପରଠାରୁ ପାକ୍ ହ୍ୟାକର୍ସ ଭାରତର ୧୫ ଲକ୍ଷରୁ ଅଧିକ ଓ୍ବେବସାଇଟ୍‌କୁ ଆକ୍ରମଣ କରିଛନ୍ତି। କିନ୍ତୁ ସେମାନଙ୍କୁ ବିଶେଷ ସଫଳତା ମିଳିନାହିଁ।

ମହାରାଷ୍ଟ୍ର ସାଇବର ପାକିସ୍ତାନର ୭ଟି ହ୍ୟାକର୍ସ ଗ୍ରୁପକୁ ଚିହ୍ନଟ କରିଛି। ଏସବୁ ଆଡଭାନ୍ସଡ ପର୍ସିଷ୍ଟେଣ୍ଟ ଥ୍ରେଟ୍‌ (ଏପିଟି) ଗ୍ରୁପ। ଏହି ୭ଟି ଗ୍ରୁପ ହିଁ ଭାରତ ବିରୋଧରେ ହୋଇଥିବା ସାଇବର ଆଟାକ ପାଇଁ ଦାୟୀ। ଏହି ଗ୍ରୁପଗୁଡ଼ିକ ଗତ ୧ସପ୍ତାହ ମଧ୍ୟରେ ୧୫ ଲକ୍ଷରୁ ଅଧିକ ଭାରତୀୟ ଓ୍ବେବସାଇଟ୍‌କୁ ଆକ୍ରମଣ କରିଛନ୍ତି। ମାତ୍ର ସେଥିରୁ ମାତ୍ର ୧୫୦ ଓ୍ବେବସାଇଟକୁ ହ୍ୟାକ କରିବାରେ ହ୍ୟାକର୍ସ ସଫଳ ହୋଇଛନ୍ତି ବୋଲି ପିଟିଆଇ ସୂତ୍ରରୁ ଜଣାପଡ଼ିଛି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories