www.samajalive.in
Saturday, December 13, 2025
26.1 C
Bhubaneswar

ହ୍ବାଟ୍ସଆପ୍‌ରେ ଦେଇହେବ ଏଲ୍‌ଆଇସି ପ୍ରିମିୟମ

ନୂଆଦିଲ୍ଲୀ : ପଲିସି ଧାରକଙ୍କ ପାଇଁ ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି) ବଡ଼ ଘୋଷଣା କରିଛି। ଆଗଭଳି ପ୍ରିମିୟମ ଦେବା ପାଇଁ ଏବେ ଆପଣଙ୍କୁ ଆଉ ଏଜେଣ୍ଟଙ୍କ ପାଖକୁ ଯିବାକୁ ପଡିବ ନାହିଁ। ଆପଣ ନିଜ ହ୍ବାଟ୍ସଆପ ମାଧ୍ୟମରେ ପ୍ରିମିୟମ ପୈଠ କରିପାରିବେ। ଏଥିପାଇଁ, ଏଲ୍‌ଆଇସି ହ୍ବାଟ୍ସଆପ ବଟ୍‌ ଆରମ୍ଭ କରିଛି। ଏଥିପାଇଁ ୮୯୭୬୮୬୨୦୯୦ ନମ୍ବର ଜାରି କରାଯାଇଛି। ଏହି ହ୍ବାଟ୍ସଆପ ନମ୍ବରରେ ଏକ ମେସେଜ ପଠାଇ, ଆପଣ ୟୁପିଆଇ ମାଧ୍ୟମରେ ପେମେଣ୍ଟ କରି ପଲିସି ପ୍ରିମିୟମ ଦେଇପାରିବେ। ହ୍ବାଟ୍ସଆପ ମାଧ୍ୟମରେ ପଲିସି ଦେବା ପାଇଁ ପ୍ରଥମେ ୮୯୭୬୮୬୨୦୯୦ ନମ୍ବରରେ ‘ହାଏ’ ଲେଖି ପଠାଇବାକୁ ପଡ଼ିବ। ଏହା ପରେ ବଟ ସକ୍ରିୟ ହୋଇଯିବ ଏବଂ ଆପଣଙ୍କ ଚାଟ୍‌ ସ୍କ୍ରିନରେ ଅନେକ ବିକଳ୍ପ ଦେଖାଯିବ। ଆପଣଙ୍କୁ ଯେଉଁ ସେବା ପାଇବାକୁ ଚାହୁଁଛନ୍ତି ତାହା ଚୟନ କରିବାକୁ ପଡ଼ିବ। ଉଦାହରଣ ସ୍ବରୂପ, ଯଦି ଆପଣଙ୍କୁ ପଲିସି ପ୍ରିମିୟମ ଦେବାକୁ ଅଛି, ତେବେ ଆପଣଙ୍କୁ ସେହି ବିକଳ୍ପ ଉପରେ କ୍ଲିକ୍‌ କରିବାକୁ ପଡିବ। ଏହା ପରେ ଆପଣଙ୍କୁ ଏକ ଲିଙ୍କ ମିଳିବ, ଯେଉଁଥିରେ ଆପଣଙ୍କୁ କ୍ଲିକ କରି ପଞ୍ଜୀକରଣ କରିବାକୁ ପଡିବ। ସେଠାରେ ପଲିସି ନମ୍ବର ଦେବାକୁ ପଡିବ। ତା’ପରେ ଆପଣଙ୍କୁ ବିନା ଟିକସରେ ପ୍ରିମିୟମ ରାଶି ଦେବାକୁ ପଡିବ। ଏହା ପରେ ପାନ୍‌ କାର୍ଡ ଫଟୋ ଅପ୍‌ଲୋଡ୍‌ କରିବାକୁ ହେବ। ଅର୍ଥ ଜମା କରିବା ପରେ ସେହିଠାରେ ହିଁ ଆପଣଙ୍କୁ ପଲିସି ରିସିପ୍ଟ ମିଳିଯିବ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories