www.samajalive.in
Saturday, December 6, 2025
26.1 C
Bhubaneswar

ସଡକ ଦୁର୍ଘଟଣାରେ ଜଣେ ଗୁରୁତର

ରେଙ୍ଗାଲିକ୍ୟାମ୍ପ: ପ୍ରାତଃ ଭ୍ରମଣ ବେଳେ ବୁଲେଟ ଧକ୍କାରେ ଏସଡିଓ ଗୁରୁତର ହୋଇଛନ୍ତି। ଅତାବିରା ଥାନା ଅନ୍ତର୍ଗତ ୫୩ ନଂମୁଖ୍ୟ ଜାତୀୟ ରାଜପଥ ଲାଦର ପାଲି ରାମଚଣ୍ଡୀ ମନ୍ଦିର ନିକଟ ରାମଚଣ୍ଡୀ କମ୍ପ୍ଲେକ୍ସ ସମ୍ମୁଖରେ ଥୁଆପାଲି ବିଦ୍ୟୁତ୍ ବିଭାଗର କାର୍ଯ୍ୟରତ ସେକ୍ସନ ଅଧିକାରୀ ପବିତ୍ର ପାଢ଼ୀ (୪୫) ପ୍ରାତଃ ଭ୍ରମଣରେ ଯାଇ ରେଙ୍ଗାଲିକ୍ୟାମ୍ପରୁ ଅତାବିରାକୁ ଫେରୁଥିବା ସମୟରେ ପଛ ପଟୁ ଏକ ବୁଲେଟ ଜୋରରେ ଧକ୍କା ଦେବା ଫଳରେ ଛିଟିକି ପଡ଼ିଥିଲେ। ଏହି ସମୟରେ ଯିବା ଆସିବା ତଥା ସ୍ଥାନୀୟ ଲୋକେ ଦଉଡ଼ି ଯାଇ ଉକ୍ତ ରକ୍ତାକ୍ତ ଅବସ୍ଥାରେ ପଡି ରହିଥିବା ବ୍ୟକ୍ତିଙ୍କୁ ୧୦୮ ଆମ୍ବୁଲାନ୍ସ ମାଧ୍ୟମରେ ଡାକ୍ତରଖାନାକୁ ପଠାଇବା ସହ ପୁଲିସକୁ ଖବର ଦେଇଥିଲେ। ଏନେଇ ପୁଲିସ ପହଞ୍ଚି ପ୍ରାଥମିକ ଚିକିତ୍ସା କରାଇବା ପାଇଁ ପଠାଇଥିଲେ। ସେଠାରେ ପରିବାର ଲୋକେ ତାଙ୍କର ଗୁରୁତର ଅବସ୍ଥା ଦେଖି ବରଗଡ଼ ଘରୋଇ ଚିକିତ୍ସାଳୟକୁ ନେଇଥିବା ବେଳେ ପୁଲିସ ଅଧିକରୁ ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।

ଭୋଜି ଖାଇବୁ ମାନେ ଖାଇବୁ.. ଦେଖନ୍ତୁ ଭିଡିଓ; ବିବାହ ଭୋଜି ବେଳେ ହଠାତ୍‌ ବର୍ଷା ହେବା ପରେ ଲୋକେ କଲେ ଏମିତି..

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories