www.samajalive.in
Sunday, December 14, 2025
26.1 C
Bhubaneswar

୧୬ରୁ ଆଇପିଏଲ୍‌: ଜୁନ୍‌ ୧ରେ ଫାଇନାଲ

ମୁମ୍ବଇ : ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଏକ ସପ୍ତାହ ସ୍ଥଗିତ ରହିବା ପରେ ଏହାକୁ ପୁନଃ ଆରମ୍ଭ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ବିସିସିଆଇ। ଏହା ମଧ୍ୟସ୍ଥ ସୂତ୍ରରୁ ପ୍ରକାଶ ଯେ ଚଳିତମାସ ୧୬ (ଶୁକ୍ରବାର)ଠାରୁ ଆଇପିଏଲ୍‌ ଆରମ୍ଭହେବ। ଏହାର ଫାଇନାଲ ମ୍ୟାଚ୍‌ ନିର୍ଦ୍ଧାରିତ ଦିନର ସପ୍ତାହକ ପରେ; ଅର୍ଥାତ୍‌ ମେ’ ୩୦ କିମ୍ବା ଜୁନ୍‌ ୧ରେ ଖେଳାଯିବ। ପୂର୍ବ ପରି ବିଭିନ୍ନ ସହରର ମ୍ୟାଚ୍‌ସବୁ ଖେଳାଯିବ। ଏହା ବିଷୟରେ ୧୦ଟିଯାକ ଫ୍ରାଞ୍ଚାଇଜି ଦଳଙ୍କୁ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି। ୧୬ରେ ଲକ୍ଷ୍ନୌରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ-ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମ୍ୟାଚ୍‌ ସହ ଆଇପିଏଲ୍‌ ପୁନଃ ଆରମ୍ଭ ହେବ। ତେଣୁ ଉଭୟ ଦଳଙ୍କୁ ୧୩ ସୁଦ୍ଧା ଲକ୍ଷ୍ନୌରେ ପହଞ୍ଚିବା ଲାଗି ଜଣାଇ ଦିଆଯାଇଛି। କ୍ବାଲିଫାୟର-୧ ଓ ଏଲମିନେଟର ମ୍ୟାଚ୍‌ ହାଇଦରବାଦରେ ଏବଂ କ୍ବାଲିଫାୟର-୨ ଓ ଫାଇନାଲ ମ୍ୟାଚ୍‌ କଲକାତାରେ ଖେଳାଯିବ। କଲକାତାରେ ଯଦି ବର୍ଷାର ସମ୍ଭାବନା ଥାଏ; ତେବେ ଫାଇନାଲ ମ୍ୟାଚ୍‌ ଅହମ୍ମଦାବାଦକୁ ସ୍ଥାନାନ୍ତର କରା ଯାଇପାରେ। ୨/୩ ଦିନ ମଧ୍ୟରେ ବିସିସିଆଇ ସାନି ଖେଳସୂଚୀ ଘୋଷଣା କରିବ।
ଭାରତ-ପାକିସ୍ତାନ ଯୁଦ୍ଧ ପରିସ୍ଥିତି ଯୋଗୁଁ ଗୁରୁବାରଠାରୁ ଆଇପିଏଲ୍‌ ସ୍ଥଗିତ ରହିଛି। ତେବେ ଉଭୟ ଦେଶଙ୍କ ମଧ୍ୟରେ ଅସ୍ତ୍ରବିରତି ଯୋଗୁଁ ଆଇପିଏଲ୍‌କୁ ପୁଣି ଆରମ୍ଭ କରିବାର ବାଟ ଖୋଲିଛି। ମେ’ ୩୦ କିମ୍ବା ଜୁନ୍‌ ୧ ସୁଦ୍ଧା ଏହି ଟୁର୍ଣ୍ଣାମେଣ୍ଟକୁ ସାରିବା ପରେ ଦିନକୁ ୨ଟି ମ୍ୟାଚ୍‌ର ସଂଖ୍ୟା ବଢ଼ାଇବାକୁ ବିସିସିଆଇ ଚିନ୍ତାକରୁଛି। ଧର୍ମଶାଳାରେ କୌଣସି ମ୍ୟାଚ୍‌ ଖେଳାଯିବ ନାହିଁ। ପଞ୍ଜାବ କିଙ୍ଗ୍‌ସର ବାକି ୨ଟି ଘରୋଇ ମ୍ୟାଚ୍‌ ନିରପେକ୍ଷ ସ୍ଥାନ (ବୋଧହୁଏ ଅହମ୍ମଦାବାଦ)ରେ ଖେଳାଯିବ। ଯେତେ ଜଲ୍‌ଦି ସାନି ଖେଳସୂଚୀ ଘୋଷଣା କରାଯିବ; ସେତେ ଜଲ୍‌ଦି ଫ୍ରାଞ୍ଚାଇଜିମାନେ ସେମାନଙ୍କ ବିଦେଶୀ ଖେଳାଳିଙ୍କୁ ଭାରତ ଡକାଇ ପାରିବେ। ତେବେ ସାନି ଖେଳସୂଚୀ ଘୋଷଣା ପୂର୍ବରୁ ଭାରତ ସରକାରଙ୍କଠାରୁ ସ୍ପଷ୍ଟତା ମାଗିଛି ବିସିସିଆଇ। ସମ୍ପାଦକ ଦେବଜିତ ସାଇକିଆ କହିଛନ୍ତି, ଆମ ପାଖରେ କମ୍‌ ସମୟ ରହିଛି। ଆମେ ୧୦ଟି ଫ୍ରାଞ୍ଚାଇଜି, ପ୍ରସାରଣକାରୀ ସଂସ୍ଥା, ପ୍ରାୟୋଜକ ଓ ମ୍ୟାଚ୍‌ ଆୟୋଜନ କରିବାକୁ ଥିବା ରାଜ୍ୟ କ୍ରିକେଟ୍‌ ଆସୋସିଏସନ୍‌ମାନଙ୍କ ସହ ଆଲୋଚନା କରି ଚୂଡ଼ାନ୍ତ ନିଷ୍ପତ୍ତି ନେବୁ। ଏଣେ ଫ୍ରାଞ୍ଚାଇଜିମାନଙ୍କ ପାଇଁ ବଡ଼ ଆହ୍ବାନ ହେବ ବିଦେଶୀ ଖେଳାଳିଙ୍କୁ ପୁଣି ଭାରତ ଡକାଇବା। କିଛି ଖେଳାଳି ଭାରତରେ ରହିବାକୁ ରାଜି ହୋଇଥିବା ବେଳେ ଅଧିକାଂଶ ଖେଳାଳି ସ୍ବଦେଶ ଫେରି ଯାଇଛନ୍ତି।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories