www.samajalive.in
Saturday, December 13, 2025
26.1 C
Bhubaneswar

୧୩ରେ ପ୍ରକାଶ ପାଇପାରେ ସିବିଏସ୍ଇ ଫଳ

ଭୁବନେଶ୍ବର : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ବାରା ପରିଚାଳିତ ଦଶମ ଏବଂ ଦ୍ବାଦଶ ଶ୍ରେଣୀ ବାର୍ଷିକ ପରୀକ୍ଷା ଫଳ ମେ’ ୧୩ରେ ପ୍ରକାଶ ପାଇବା ସମ୍ଭାବନା ରହିିଛି। ଦଶମରେ ପ୍ରାୟ ୨୪.୧୨ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଥିବା ବେଳେ ଦ୍ବାଦଶରେ ୧୭.୮୮ଲକ୍ଷ ବିଦ୍ୟାର୍ଥୀ ଫର୍ମ ପୂରଣ କରିଥିଲେ। ଦଶମ ଶ୍ରେଣୀ ପରୀକ୍ଷା ଫେବୃଆରୀ ୧୫ରୁ ମାର୍ଚ୍ଚ ୧୮ପର୍ଯ୍ୟନ୍ତ ଚାଲିଥିଲା। ସେହିଭଳି ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫେବୃଆରୀ ୧୫ରୁ ଏପ୍ରିଲ ୪ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ସୂଚନାଯୋଗ୍ୟ, ଶିକ୍ଷାବର୍ଷ ୨୦୨୪-୨୫ରେ ଦଶମ ଓ ଦ୍ବାଦଶରେ ମୋଟ ୪୨ଲକ୍ଷ ବିଦ୍ୟାର୍ଥୀଙ୍କ ପାଇଁ ୨୬ ଦେଶରେ ୭୮୪୨ଟି ପରୀକ୍ଷା କେନ୍ଦ୍ର କରାଯାଇ ଥିଲା। ଉଭୟ ଶ୍ରେଣୀର ଛାତ୍ରଛାତ୍ରୀ ଡିଜିଲକ୍‌ରରେ ମାର୍କସିଟ୍‌, ସାର୍ଟିଫକେଟ୍‌ ଏବଂ ମାଇଗ୍ରେସନ ସାର୍ଟିଫିକେଟ ରଖି ପାରିବେ। କୌଣସି ସ୍ଥାନରେ ସାର୍ଟିଫିକେଟ ଆବଶ୍ୟକ ପଡିଲେ ଛାତ୍ରଛାତ୍ରୀ ସିଧାସଳଖ ଭାବେ ଡିଜିଲକରରୁ ତାଙ୍କ ସାର୍ଟିଫିକେଟ ଡାଉନଲୋଡ କରିପାରିବେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories