ଭୁବନେଶ୍ଵର: ଆଭ୍ୟନ୍ତରୀଣ ଓଡ଼ିଶାରେ ପାରଦ ଉପରମୁହାଁ ହୋଇଛି। ପ୍ରଚଣ୍ଡ ରୌଦ୍ୟତାପରେ ଜଳୁଛି ସାରା ଓଡିଶା। ସକାଳ ୧୦ ଟା ନବାଜୁଣୁ ଘରୁ ବାହାରିବା ବି ମୁସ୍କିଲ ହୋଇପଡୁଛି। ଆଜି ସକାଳ ସାଢେ ୮ଟାରେ ୩୫ ଡିଗ୍ରୀ ଟପିଛି ଝାରସୁଗୁଡା ସହର। ୩୫.୨ ଡିଗ୍ରୀ ସହ ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସମ୍ବଲପୁର ୩୪.୪, ହୀରାକୁଦ ୩୪, ବାଲେଶ୍ଵର ୩୩, ପୁରୀ ୩୩.୪ , ରାଉରକେଲା ୩୨.୮ ଏବଂ ଭୁବନେଶ୍ଵରରେ ୩୨.୪ ଡିଗ୍ରୀ ପାରଦ ରେକର୍ଡ ହୋଇଛି। ସେହିପରି ଚାନ୍ଦବାଲି ୩୨.୨, ପାରାଦୀପ ୩୧.୨, ଗୋପାଳପୁର ୩୦.୨ ଡିଗ୍ରୀ ତାପମାତ୍ରା ରହିଛି। ଗତକାଲି ୧୬ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା।
Popular Categories



