www.samajalive.in
Monday, December 15, 2025
27.1 C
Bhubaneswar

ଟିଭି ଚ୍ୟାନେଲରେ ଯୁଦ୍ଧ ସତର୍କତା ସାଇରନ ବଜାଇବା ମନା, ଗୃହ ମନ୍ତ୍ରାଳୟର ନିର୍ଦେଶନାମା ଜାରି

ନୂଆଦିଲ୍ଲୀ: କୌଣସି ଟେଲିଭିଜନ(ଟିଭି) ଚ୍ୟାନେଲରେ ଯୁଦ୍ଧ ସତର୍କତା ସାଇରନ ବାଜିବ ନାହିଁ। ସିଭିଲ ଡିଫେନ୍ସ ଏୟାର ରେଡ୍‌‌ ସାଇରନ ବାଜିବା ମନା କରାଯାଇଛି। ସଚେତନ କରିବା ଡ୍ରାଇଭ ବ୍ୟତୀତ ଅନ୍ୟ ପାଇଁ ଏହା ବ୍ୟବହାର କରିବାକୁ ମନା କରାଯାଇଛି ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ହେଲା ନିର୍ଦେଶନାମା ଜାରି ହୋଇଛି।

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସମସ୍ତ ଟେଲିଭିଜନ ଚ୍ୟାନେଲକୁ ସିଭିଲ ଡିଫେନ୍ସ ଏୟାର ରେଡ୍ ସାଇରନ୍ ନ ବଜାଇବା ପାଇଁ ନିର୍ଦ୍ଦେଶ ଦେଇଛି। ଏହା ଏକ ପ୍ରକୃତ ଜରୁରୀକାଳୀନ ପରିସ୍ଥିତିରେ ଜନସାଧାରଣଙ୍କୁ ସଚେତନ କରିବା ଏବଂ ସମ୍ଭାବ୍ୟ ବିପଦକୁ ରୋକିବା ପାଇଁ ବ୍ୟବହାର ହୋଇଥାଏ।  ଟେଲିଭିଜନ(ଟିଭି) ଚ୍ୟାନେଲରେ ଯୁଦ୍ଧ ସତର୍କତା ସାଇରନ ବାଜିବk ଦ୍ବାରା ଲୋକମାନେ ଭୁଲବଶତଃ ଏହା କେବଳ ଏକ ଟିଭି ପ୍ରସାରଣ ବୋଲି ଭାବିପାରନ୍ତି।

- Advertisement -

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ବିବାଦ ଯୋଗୁଁ ଉତ୍ତେଜନା ବୃଦ୍ଧି ପାଇବା ମଧ୍ୟରେ ଟେଲିଭିଜନ(ଟିଭି) ଚ୍ୟାନେଲରେ ଯୁଦ୍ଧ ସତର୍କତା ସାଇରନ ନ ବଜେଇବା ପାଇଁ ସବୁ ଟେଲିଭିଜନ ଚ୍ୟାନେଲକୁ ପରାମର୍ଶ ଦିଆଯାଇଛି। ଗୃହ ମନ୍ତ୍ରାଳୟ ଜାରି କରିଥିବା ନିର୍ଦେଶାନାମା ଉଲ୍ଲଙ୍ଘନ କଲେ ଟେଲିଭିଜନ ଚ୍ୟାନେଲଗୁଡ଼ିକ ବିରୋଧରେ ଦୃଢ଼ କାର୍ଯ୍ୟାନୁମଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।

Hot this week

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

Related Articles

Popular Categories