www.samajalive.in
Monday, December 8, 2025
20.1 C
Bhubaneswar

୧୨ ବର୍ଷ ପରେ ଶକ୍ତିଶାଳୀ ରାଜଯୋଗ ; ଏହି ରାଶି ଚୁଟ୍‌କିରେ ହେବେ ଧନୀ, ବଢିବ ଦରମା, ହେବେ ଭାଗ୍ୟଶାଳୀ..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରି ଥାନ୍ତି । ନବଗ୍ରହଙ୍କ ରାଶି ପରିବର୍ତ୍ତନ ଫଳରେ ଏହାର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଲେ ମଧ୍ୟ କିଛି ରାଶି ବ୍ୟକ୍ତି ବିଶେଷ ଭାଗ୍ୟଶାଳୀ ହେବେ । ବୃହସ୍ପତି ଓ ଶୁକ୍ର ଉଭୟ ଶକ୍ତିଶାଳୀ ଗ୍ରହ। ବୃହସ୍ପତିଙ୍କୁ ଦେବତାଙ୍କ ଗୁରୁ ବୋଲି କୁହାଯାଏ। ଗୋଟିଏ ରାଶିରେ ପ୍ରାୟ ୧ ବର୍ଷ ପର୍ଯ୍ୟନ୍ତ ରହିଥାନ୍ତି।

ସେହିପରି ଶୁକ୍ର ଗ୍ରହ ପ୍ରତି ମାସରେ ଚଳନ କରିଥାନ୍ତି । ଅନ୍ୟ ଗ୍ରହ ସହ ଏକାଠି ହୋଇ ଅନେକ ରାଜଯୋଗ ସୃଷ୍ଟି କରିଥାନ୍ତି । ଖୁବ୍‌ ଶ୍ରୀଘ୍ର ବୃହସ୍ପତି ଓ ଶୁକ୍ର ଏକାଠି ହୋଇ ଗଜଲକ୍ଷ୍ମୀ ରାଜଯୋଗ ସୃଷ୍ଟି ହେବ । ଏହାଦ୍ୱାରା ବ୍ୟକ୍ତିଙ୍କର ସମାଜରେ ମାନ-ସମ୍ମାନ, ପଦପ୍ରତିଷ୍ଠା, ଧନ ସମ୍ପତ୍ତି ବୃଦ୍ଧି ସହ ଆର୍ଥିକ ସ୍ଥିତି ମଜଭୁତ ହୋଇଥାଏ । ଅଟକି ଥିବା କାର୍ଯ୍ୟରେ ସଫଳତା ମିଳିଥାଏ । ଜାଣନ୍ତୁ ଭାଗ୍ୟଶାଳୀ ରାଶି ବିଷୟରେ..

- Advertisement -

ଦେବଗୁରୁ ବୃହସ୍ପତି ୧୪ ମେ’ ରାତିରେ ବୃଷ ରାଶିରୁ ମିଥୁନ ରାଶିରେ ପ୍ରବେଶ କରିବେ । ଶୁକ୍ର ଗ୍ରହ ୨୬ ଜୁଲାଇରେ ମିଥୁନ ରାଶିରେ ପ୍ରବେଶ କରିବେ । ଏହି ସମୟରେ ଗଜଲକ୍ଷ୍ମୀ ରାଜଯୋଗ ସୃଷ୍ଟି ହେବ ।

କୁମ୍ଭ- ଗଜଲକ୍ଷ୍ମୀ ରାଜଯୋଗ ଫଳରେ ଏହି ରାଶିଙ୍କୁ ଅନେକ ଲାଭ ମିଳିବ । ଜୀବନରେ ଅନେକ ସଫଳତା ମିଳିବ । ଅଟକି ଥିବା କାମ ପୂରଣ ହେବ । ଯେଉଁ ମାନେ ଚାକିରି ପାଇଁ ଇଚ୍ଛୁକ ସେମାନଙ୍କର ଚାକିରି ହେବ । ମାନସିକ ଶାନ୍ତି ମିଳିବ ।

ସିଂହ- ଦୀର୍ଘ ଦିନରୁ ଅଟକି ଥିବା କାମ ପୂରଣ ହେବ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ । ଆୟରେ ବୃଦ୍ଧି ହେବ । କର୍ମକ୍ଷେତ୍ରରେ ପଦନ୍ନୋତି ସହ ମନ ପ୍ରସନ୍ନ ରହିବ । ବଡ ଦାୟିତ୍ୱ ମିଳିବ ।

ମିଥୁନ- ସନ୍ତାନଙ୍କ ସମସ୍ୟା ଦୂର ହେବ । ଭାଗ୍ୟର ସମ୍ପୂର୍ଣ୍ଣ ସାଥ୍‌ ମିଳିବ । ଆୟରେ ନୂଆ ନୂଆ ରାସ୍ତା ସାମ୍ନାକୁ ଆସିବ। ଦରମା ବୃଦ୍ଧି ହେବ । ନୂଆ ନୂଆ ଜିନିଷ କିଣିବେ। ପରିବାର ଲୋକଙ୍କ ସହ ହସଖୁସିରେ ସମୟ ଅତିବାହିତ କରିବେ।

ଦେଖନ୍ତୁ ଛାତିଥରା ଭିଡିଓ ; ଶିଶୁକୁ ଝାମ୍ପି ନେଇଥାନ୍ତା ବାଘ, ହେଲେ..

 

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories