www.samajalive.in
Friday, December 5, 2025
26.1 C
Bhubaneswar

ମଧ୍ୟସ୍ଥତା ପ୍ରସ୍ତାବ ଦେଲେ ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ:ଭାରତ-ପାକିସ୍ତାନ ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛି ଆମେରିକା। ପରସ୍ପର ମଧ୍ୟରେ ଆକ୍ରମଣ ବନ୍ଦ କରିବାକୁ କହିଛନ୍ତି ଡୋନାଲ୍ଡ ଟ୍ରମ୍ପ। ସେ କହିଛନ୍ତି ଭାରତ-ପାକିସ୍ତାନ ଯେସାକୁ ତେସା ନୀତି ଆପଣାଇଛନ୍ତି। ଶାନ୍ତି ମଧ୍ୟରେ ବିବାଦର ସମାଧାନ ପାଇଁ ଭାରତ ଏବଂ ପାକିସ୍ତାନକୁ ସେ ଅପିଲ୍‌ କରିଛନ୍ତି। ଆବଶ୍ୟକ ପଡିଲେ ଶାନ୍ତି ପାଇଁ ମଧ୍ୟସ୍ଥତା କରିବେ ବୋଲି କହିଛନ୍ତି ଟ୍ରମ୍ପ। ଆହୁରି ମଧ୍ୟ ସେ କହିଛନ୍ତି ଉଭୟ ଦେଶକୁ ମୁଁ ଭଲ ଭାବରେ ଜାଣିଛି, ଦୁଇ ଦେଶ ମଧ୍ୟରେ ଆମର ଭଲ ସମ୍ପର୍କ ରହିଛି। ସ୍ଥିତି ନିୟନ୍ତ୍ରଣ ପାଇଁ ଯାହା ସହଯୋଗ ଆବଶ୍ୟକ ମୁଁ କରିବି। ସେପଟେ ଅପରେସନ୍ ସିନ୍ଦୂର ପରେ ପରିସ୍ଥିତି ଉପରେ ନଜର ରଖିବାକୁ କାଶ୍ମୀର ସୀମାକୁ ଲାଗିଥିବା ୧୦ ଜିଲ୍ଲାରେ କଂଟ୍ରୋଲ୍ ରୁମ୍ ଖୋଲିଛି। ଅନ୍ୟପଟେ ଭାରତର ଜଳ, ସ୍ଥଳ ଏବଂ ଆକାଶ ପଥରେ ସତର୍କତା ଜାରି କରାଯାଇଛି। ଯେକୌଣସି ପରିସ୍ଥିତି ମୁକାବିଲା ପାଇଁ ଭାରତ ସମ୍ପୂର୍ଣ୍ଣ ପ୍ରସ୍ତୁତ। ପାକିସ୍ତାନକୁ କଡା ଜବାବ ଦେବାକୁ ଭାରତୀୟ ସେନା ପୁରା ପ୍ରସ୍ତୁତ। ଆରବ ସାଗରରେ ଭାରତର ଯୁଦ୍ଧ ଜାହାଜ ମୁତୟନ ହୋଇଛି। ଅନ୍ୟପଟେ ଭାରତ-ପାକ୍ ସ୍ଥିତିକୁ ଦୃଷ୍ଟିରେ ରଖି ଯୋଧପୁରରେ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ଘୋଷଣା କରିଛି ଜିଲ୍ଲା ପ୍ରଶାସନ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories