www.samajalive.in
Saturday, December 6, 2025
16.1 C
Bhubaneswar

୯ଟି ବିମାନବନ୍ଦରରେ ଉଡାଣ ବନ୍ଦ

ସମାଜ ଡିଜିଟାଲ ଡେସ୍କ: ଭାରତର ୯ଟି ବିମାନବନ୍ଦରରେ ଉଡାଣ ବନ୍ଦ କରିଛି ଏୟାର ଇଣ୍ଡିଆ । ଜାମ୍ମୁ, ଶ୍ରୀନଗର, ଲେହ, ଯୋଧପୁର, ଅମୃତସର, ଭୁଜ, ଜାମନଗର, ଚଣ୍ଡିଗଡ, ରାଜକୋଟ ଏୟାରପୋର୍ଟରେ ଉଡାଣ ବନ୍ଦ କରାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଉଡାଣ ବନ୍ଦ ରହିବ ବୋଲି ସୂଚନା ମିଳିଛି । ଅମୃତସରକୁ ଆସିବାକୁ ଥିବା ୨ଟି ଅନ୍ତର୍ଜାତୀୟ ବିମାନ ଦିଲ୍ଲୀ ଆସିବ ବୋଲି ସୂଚନା ଦିଆଯାଇଛି ।

ସୂଚନା ଅନୁସାରେ ପହଲଗାଓଁ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ । ମଧ୍ୟରାତ୍ରିରେ ପାକିସ୍ତାନରେ ଭାରତ ବଡ ଏୟାରଷ୍ଟ୍ରାଇକ କରିଛି । ପାକ୍‌ ଅଧିକୃତ କାଶ୍ମୀରରେ ଲଢୁଆ ବିମାନ ଓ ମିସାଇଲ ମାଡ କରି ଆତଙ୍କୀ ଶିବିରକୁ ଧ୍ୱଂସ କରିଛି ଭାରତୀୟ ସେନା । ସେନାର ଏହି ଅପରେସନର ନାମ ସିନ୍ଦୂର ରଖାଯାଇଛି । ଏୟାରଆଟାକ ପରେ ଭାରତରେ ୯ଟି ବିମାନ ବନ୍ଦରରେ ଉଡାଣ ବନ୍ଦ କରାଯାଇଛି ।

Hot this week

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories