ପାଟଣା : ଘଟଗାଁ ବ୍ଲକ ଅନ୍ତର୍ଗତ ତୋରାଣିପୋଖରୀ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ତଥା ଗ୍ରାମର ମାୟାଧର ମହାରଣା ଓ ସବିତା ମହାରଣାଙ୍କ କନ୍ୟା ସୌମ୍ୟାରାଣୀ ମହାରଣା ବୋର୍ଡ ପରୀକ୍ଷାରେ ମୋଟ ୫୬୦ ନମ୍ବର ରଖି ଏ-୧ ଗ୍ରେଡ ରେ ପାସ କରି ଘଟଗାଁ ବ୍ଲକ ଟପ୍ପର ହେବାସହ ତୋରାଣି ପୋଖରୀ ଉଚ୍ଚ ବିଦ୍ୟାଳୟର ପ୍ରଥମ ଏ-୧ ଗ୍ରେଡରେ ପାସ କରିଥିବା ପରୀକ୍ଷାର୍ଥୀ ଭାବେ ଗୌରବ ଅର୍ଜନ କରି ବିଦ୍ୟାଳୟର ଗୌରବ ବଢାଇଛନ୍ତି । ସେ ମୋଟ ୯୩.୩୩ ପ୍ରତିଶତ ନମ୍ବର ପାଇଛନ୍ତି । ଏହି ଖୁସିରେ ଗତକାଲି ନିଜ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ମହାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କୃତୀ ଛାତ୍ରୀ ସୌମ୍ୟାରାଣୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ସହକାରୀ ଶିକ୍ଷକ ଅଜିତ କୁମାର ଜେନା , ମଣ୍ଟୁ ଓରାମ , ଲକ୍ଷ୍ମୀଧର ବାରିକ , ରଶ୍ମିତା ସାହୁ , ଗୌରାଙ୍ଗ ଚରଣ ବେହେରା , ସୁରେନ କୁମାର ବାରିକ , ପାପୁନ କୁମାର ମୁଣ୍ଡା , ସୁଚି ସୁଭସ୍ମିତା ବେହେରା ,ସର୍ବେଶ୍ଵର ନାଏକ ଓ କ୍ରୀଡା ଶିକ୍ଷୟିତ୍ରୀ ଉର୍ମିଳା ମହାରଣା ପ୍ରମୁଖ ଉପସ୍ଥିତ ରହି କୃତୀ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଇବା ସହ ତାଙ୍କର ଉତ୍ତରତୋର ଉନ୍ନତି କାମନା କରିଥିଲେ ।
Popular Categories



