www.samajalive.in
Wednesday, December 10, 2025
26.1 C
Bhubaneswar

ଡମ୍ଫର ଦୁର୍ଘଟଣାରେ ଜଣେ ମୃତ

ଟିକାବାଲି : ଟିକାବାଲି ଥାନା ଅନ୍ତର୍ଗତ ଶଙ୍ଖରାଖୋଲା ଗ୍ରାମପଞ୍ଚାୟତର ଗୁଡ୍ରିଗାଁ ଗ୍ରାମର ଗୁଡାରିସାହି ନିବାସୀ  କବି ମୁଖିଙ୍କ ପୁତ୍ର ଯକ୍ଷ୍ୟ ମୁଖିଙ୍କ ସଡ଼କ ଦୁର୍ଘଟଣାରେ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି I ଇଆରଏସଏସ କ୍ରସର କମ୍ପାନୀର ଡମ୍ପର ଗାଡି ଓଡି ୦୨ ସିଜି ୧୭୮୪ ଟିକାବାଲି ଆଡୁ ଶଙ୍କରାଖୋଲ ଅଭିମୁଖେ ଯାଉଥିବା ସମୟରେ ଗୁଡ୍ରିଗାଁର ଜାତୀୟ ରାଜପଥ ଯକ୍ଷ ମୁଖି ନାମକ ବ୍ୟକ୍ତି ଚାଲି ଚାଲି ଦୋକାନକୁ ଯାଉଥିବା ସମୟରେ ଡମ୍ଫର ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି I ଗ୍ରାମବାସୀ ରୁଣ୍ଡ ହୋଇ ରାସ୍ତା ରୋକ କରିଥିଲେ I ଉଭୟ ପଟୁ ଯାନବାହାନ ଦୀର୍ଘ ସମୟ ଧରି ଯିବା ଆସିବା ଠପ ହୋଇଯାଇଥିଲା I କୌଣସି ସୂତ୍ରରୁ ଖବର ପାଇ ଟିକାବାଲି ପୋଲିସ ଥାନା ଅଧିକାରୀ ପ୍ରଜ୍ଞା କରଙ୍କ ନେତୃତ୍ୱରେ ସଦଳବଳେ ଦୁର୍ଘଟଣାଗ୍ରସ୍ଥ ସ୍ଥାନକୁ ପହଞ୍ଚି ଶବକୁ ଜବତ କରିଥିଲେ I କ୍ଷତି ପୂରଣ ଦାବିରେ ରାସ୍ତା ରୋକ କରିଥିବା ଜନତା ରାସ୍ତାରୁ ହଟିନଥିଲେ । ପରେ ଖବର ପାଇ ଚକାପାଦ ତହସିଲଦାର ଶ୍ରୀ ରାକେଶ ପ୍ରଧାନ ଏବଂ ଟିକାବାଲି ତହସିଲଦାର ଶ୍ରୀ ହରିଚନ୍ଦ୍ର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରି ରେଡ଼କ୍ରସ ପାଣ୍ଠିରୁ ଦଶ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିବା ପରେ ଜନତା ରାସ୍ତାରୁ ହଟିଥିଲେ I ପରେ ମୃତ ଯକ୍ଷ ମୁଖିଙ୍କ ପୁତ୍ର କୃଷ୍ଣ ମୁଖିଙ୍କ ଏତଲା ଆଧାରରେ ଟିକାବାଲି ପୋଲିସ ଏକ ପିଏସ କେଶ ନଂ ୮୬/୨୫ରେ ରେଜିଷ୍ଟ ରକରି ଶବକୁ ବ୍ୟବଚ୍ଛେଦ ନିମନ୍ତେ ଫୁଲବାଣୀ ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲା I

Hot this week

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ; ପିଲାଙ୍କୁ ଛୁଟି କରି ତନାଘନା ଜାରି

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ଦିଲ୍ଲୀର ଅନେକ ସ୍କୁଲକୁ ପୁଣି ଥରେ...

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

Related Articles

Popular Categories