www.samajalive.in
Friday, December 12, 2025
15.1 C
Bhubaneswar

ପାକିସ୍ତାନର ୫୦୦ ନିୟୁତ ଡଲାର ସାମଗ୍ରୀ ରୋକିଲା ଭାରତ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ପ୍ରତ୍ୟକ୍ଷ ବାଣିଜ୍ୟ କାରବାର ବନ୍ଦ ଥିଲେ ମଧ୍ୟ ଅନ୍ୟ ଦେଶ ଦେଇ ପାକିସ୍ତାନରୁ ଭାରତକୁ ବିଭିନ୍ନ ସାମଗ୍ରୀ ଆସୁଛି। ସଞ୍ଜୁକ୍ତ ଆରବ ଅମିରାତ, ସିଙ୍ଗାପୁର, ଇଣ୍ଡୋନେସିଆ ଏବଂ ଶ୍ରୀଲଙ୍କା ଆଦି ଦେଶ ଦେଇ ପାକିସ୍ତାନରୁ ଭାରତ ଆସୁଥିବା ୫୦୦ ନିୟୁତ ଡଲାର ମୂଲ୍ୟର ଶୁଖିଲା ଫଳ ଓ ରାସାୟନିକ ସାମଗ୍ରୀ ଆଦି ସାମଗ୍ରୀ ଉପରେ ଭାରତ ରୋକ୍‌ ଲଗାଇଛି। ପୂର୍ବରୁ ପାକିସ୍ତାନରୁ ସିଧାସଳଖ ଭାରତକୁ ଆସୁଥିବା ଏହିସବୁ ସାମଗ୍ରୀ ବର୍ତ୍ତମାନ କଟକଣା ଫଳରେ ବିକଳ୍ପ ଦେଶ ମାଧ୍ୟମରେ ଆସୁଥିଲା। ଏହା ଫଳରେ ପାକିସ୍ତାନକୁ ବଡ଼ ଆର୍ଥିକ ଧକ୍କା ଲାଗିଛି।
ପାକିସ୍ତାନରୁ ଫଳ, ଶୁଖିଲା ଖଜୁରୀ, ଚମଡ଼ା ଓ କପଡ଼ା ଆଦି ସାମଗ୍ରୀକୁ ସଞ୍ଜୁକ୍ତ ଆରବ ଅମିରାତରେ ପୁନଃ ପ୍ୟାକେଜିଂ ଓ ପୁନଃ ଲେବଲିଂ କରାଯାଇ ଭାରତକୁ ପଠାଯାଉଛି। ସେହିପରି ରାସାୟନିକ ସାମଗ୍ରୀ ସିଙ୍ଗାପୁର ଦେଇ ଭାରତକୁ ଆସୁଛି। ପାକିସ୍ତାନୀ ସିମେଣ୍ଟ, ସୋଡା ଆସ୍ ଏବଂ ବସ୍ତ୍ର କଞ୍ଚାମାଲ ପରିବହନ ପାଇଁ ଇଣ୍ଡୋନେସିଆର କ୍ଷେତ୍ରକୁ ବ୍ୟବହାର କରାଯାଉଛି। ଏଥିସହ ପାକିସ୍ତାନୀ ଶୁଖିଲା ଫଳ, ଲୁଣ ଏବଂ ଚମଡା ଉତ୍ପାଦଗୁଡ଼ିକୁ ଶ୍ରୀଲଙ୍କା ଦେଇ ଭାରତକୁ ପରିବହନ କରାଯାଉଛି। ତେବେ ଗତ ଶନିବାର ପାକିସ୍ତାନ ସହ ସମସ୍ତ ପ୍ରକାର ପ୍ରତ୍ୟକ୍ଷ ଓ ପରୋକ୍ଷ ଆମଦାନୀ ବନ୍ଦ ପାଇଁ ଭାରତ ସରକାର ନିର୍ଦେଶ ଦେଇଥିଲେ। ଫଳରେ ବିକଳ୍ପ ଦେଶ ଦେଇ ଭାରତ ଆସୁଥିବା ପାକିସ୍ତାନର ୫୦୦ ବିଲିୟନ ଡଲାର ମୂଲ୍ୟର ସାମଗ୍ରୀକୁ ଭାରତ ପାକିସ୍ତାନୀ ପତାକା ଲାଗିଥିବା ଜାହାଜକୁ ଭାରତୀୟ ବନ୍ଦରରେ ପ୍ରବେଶ ଅନୁମତି ନ ଦେବାକୁ ଭାରତ ସରକାର ନିର୍ଦେଶ ଦେଇଛନ୍ତି। ପାକିସ୍ତାନ ମଧ୍ୟ ଅନୁରୂପ ନିଷ୍ପତ୍ତି ନେଇଛି। ପାକିସ୍ତାନରୁ ଭାରତର ପୂର୍ବରୁ ୦.୫ ନିୟୁତ ଡଲାରର ସାମଗ୍ରୀ ଆମଦାନୀ କରୁଥିବାବେଳେ ସଦ୍ୟ କଟକଣା ଫଳରେ ତାହା ଏବେ ଶୂନ୍ୟକୁ ଖସି ଆସିବ। ଏହି କଟକଣା ଫଳରେ ଭାରତରେ କେବଳ ସୈନ୍ଧବ ଲୁଣ ବ୍ୟତୀତ ଅନ୍ୟ କୌଣସି ସାମଗ୍ରୀ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ଅନ୍ୟପକ୍ଷରେ ପାକିସ୍ତାନକୁ ବଡ଼ ଆର୍ଥିକ ଧକ୍କା ଲାଗିବ।
୨୦୧୯ରେ ପୁଲୱାମା ଆକ୍ରମଣ ପରେ, ଭାରତ ପାକିସ୍ତାନୀ ସାମଗ୍ରୀ ଉପରେ ୨୦୦ ପ୍ରତିଶତ ଶୁଳ୍କ ଲାଗୁ କରିଥିଲା। ଫଳସ୍ୱରୂପ, ୨୦୨୪ ଏପ୍ରିଲରୁ ୨୦୨୫ ଜାନୁଆରୀ ମଧ୍ୟରେ ପ୍ରତ୍ୟକ୍ଷ ବାଣିଜ୍ୟ ମାତ୍ର ୦.୪୨ ନିୟୁତ ଡଲାରକୁ ହ୍ରାସ ପାଇଥିଲା, ଯାହା ମୁଖ୍ୟତଃ ଅଞ୍ଜିର (୭୮,୦୦୦ ଡଲାର), ତୁଳସୀ ଏବଂ ରୋଜମେରୀ ଔଷଧ (୧୮,୮୫୬ ଡଲାର) ଏବଂ ସୈନ୍ଧବ ଲୁଣ ଭଳି ବିଶେଷ ସାମଗ୍ରୀ ମଧ୍ୟରେ ସୀମିତ ଥିଲା। ଭାରତ ପାକିସ୍ତାନରୁ ତମ୍ବା, ଫଳ, ବାଦାମ, କପା, ଲୁଣ, ସଲଫର, ଜୈବ ରାସାୟନିକ ପଦାର୍ଥ, ଖଣିଜ ଇନ୍ଧନ, ପ୍ଲାଷ୍ଟିକ୍, ପଶମ, କାଚ ସାମଗ୍ରୀ ଏବଂ କଞ୍ଚା ଚମଡ଼ା ଆଦି ସାମଗ୍ରୀ ଆମଦାନୀ କରୁଛି। ଅନ୍ୟପକ୍ଷରେ ଭାରତ ପାକିସ୍ତାନକୁ କପା, ଜୈବ ରାସାୟନିକ ପଦାର୍ଥ, ଖାଦ୍ୟ ଉତ୍ପାଦ, ପଶୁ ଚାରା, ପନିପରିବା, ପ୍ଲାଷ୍ଟିକ୍ ସାମଗ୍ରୀ, ଫିଲାମେଣ୍ଟ, କଫି, ଚା, ମସଲା, ରଙ୍ଗ, ତୈଳବିଜ ବିହନ, ଦୁଗ୍ଧ ଉତ୍ପାଦ ଏବଂ ଔଷଧ ସାମଗ୍ରୀ ଆଦି ରପ୍ତାନି କରୁଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories