www.samajalive.in
Friday, December 12, 2025
15.1 C
Bhubaneswar

ଭାରତ କାଶ୍ମୀରର ନିୟନ୍ତ୍ରଣ ରେଖା ପାଖରେ ଯେକୌଣସି ମୁହୂର୍ତ୍ତରେ ସାମରିକ ଆକ୍ରମଣ କରିପାରେ-ପାକ ମନ୍ତ୍ରୀ

ଇସଲାମାବାଦ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନକୁ ମୁହଁତୋଡ଼ ଜବାବ ଦେବା ପାଇଁ ଭାରତ ପକ୍ଷରୁ ସବୁ କ୍ଷେତ୍ରରେ ପ୍ରସ୍ତୁତ ଚଳାଇଛି। ଭାରତର ବଡ଼ ପ୍ରସ୍ତୁତିକୁ ନେଇ ପାକିସ୍ତାନକୁ ସାମରିକ ଆକ୍ରମଣ ଭୟ ଘାରିଲାଣି। ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖୱଜା ଆସିଫଙ୍କ ବଡ଼ ବୟାନରୁ ଏହା ସ୍ପଷ୍ଟ ହୋଇଛି।  ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖୱଜା ଆସିଫ କହିଛନ୍ତି ଯେ ଯେ କୌଣସି ମୁହୂର୍ତ୍ତରେ ଭାରତ ପାକିସ୍ତାନ ଉପରେ ସାମରିକ ଆକ୍ରମଣ କରିପାରେ। ଏଲଓସିରେ ସାମରିକ ଆକ୍ରମଣ ନେଇ ଭାରତ ପ୍ରସ୍ତୁତ ହେଉଛି। ଭାରତକୁ ଯବାବ ଦେବାକୁ ଆମେ ପ୍ରସ୍ତୁତ ହେଉଛୁ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଘଟଣାର ଏକ ଅନ୍ତର୍ଜାତୀୟ ତଦନ୍ତ ପାଇଁ ଅନୁରୋଧ କରିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି।

ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ ଚେତାବନୀ ଦେଇଛନ୍ତି ଯେ ଭାରତ କାଶ୍ମୀରର ନିୟନ୍ତ୍ରଣ ରେଖା ପାଖରେ ଯେକୌଣସି ମୁହୂର୍ତ୍ତରେ ସାମରିକ ଆକ୍ରମଣ କରିପାରେ। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଦୁଇ ପରମାଣୁ ଅସ୍ତ୍ରଶସ୍ତ୍ର ପଡ଼ୋଶୀଙ୍କ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ପରେ ଶ୍ରୀ ଆସିଫଙ୍କ ଏହି ବୟାନ ଆସିଛି। “ଏପରି ରିପୋର୍ଟ ଅଛି ଯେ ଭାରତ ନିୟନ୍ତ୍ରଣ ରେଖା ପାଖରେ ଯେକୌଣସି ସ୍ଥାନରେ ଆକ୍ରମଣ କରିପାରେ  ଏବଂ ନୂଆଦିଲ୍ଲୀକୁ ଉପଯୁକ୍ତ ଜବାବ ଦିଆଯିବ ବୋଲି ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ  ମନ୍ତ୍ରୀ ଇସଲାମାବାଦରେ ସାମ୍ବାଦିକମାନଙ୍କୁ କହିଛନ୍ତି।

- Advertisement -

ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ “ରାଜନୈତିକ ଲାଭ ପାଇଁ ଏହି ଅଞ୍ଚଳକୁ ପରମାଣୁ ଯୁଦ୍ଧ ଆଡ଼କୁ ଠେଲି ଦେଉଥିବା” ଅଭିଯୋଗ କରିଛନ୍ତି। ନୂଆଦିଲ୍ଲୀ ଖାଇବର ପଖତୁନଖ୍ୱା ଏବଂ ବେଲୁଚିସ୍ତାନରେ ଆତଙ୍କବାଦରେ ସାମିଲ ଥିବା ଅଭିଯୋଗକୁ ସେ ପୁନରାବୃତ୍ତି କରିଛନ୍ତି।

 

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories